ଭୁବନେଶ୍ଵର: ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆଜିଠୁ ଆରମ୍ଭ ହେବ। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ଯାଏଁ ଚାଲିବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ସୂଚନା ଅନୁଯାୟୀ, ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଜୁଲାଇ ୮ରୁ ୧୪ ଯାଏଁ ନାମଲେଖା ପରେ ଜୁଲାଇ ୨୪ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ ବୋଲି ଜଣାପଡିଛି।
ନିକଟରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। ମୋଟ ପାସ ହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଛି। ସେହିପରି ଚଳିତ ବର୍ଷ ମେ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ତେବେ ପାସ ହାର ୯୪.୯୩ ପ୍ରତିଶତ ରହିଥିଲା। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଥିଲା। ପୁଅଙ୍କ ପାସ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୯୬ ପ୍ରତିଶତ ଥିଲା।
Comments are closed.