Latest Odisha News

BREAKING NEWS

ଏମିତି ଉପାୟ ଆପଣାନ୍ତୁ , କେବେ ହେବନି ପିମ୍ପଲ୍

ଭୁବନେଶ୍ବର: ରାତିରେ ଶୋଇବା ପୂର୍ବରୁ ଏମିତି କିଛି କରନ୍ତୁ, ଆପଣଙ୍କ ଚେହେରା ଚମକିବ କୋରିଆନ୍ ସ୍କିନ ପରି  । ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ଅନେକ ପଦକ୍ଷେପ ଆପଣାନ୍ତି । କିଏ କଳା ଦାଗ ପାଇଁ ତ କିଏ ପିମ୍ପଲ୍ ପାଇଁ ।  କିନ୍ତୁ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଲୋକମାନେ ବିଫଳ ହୁଅନ୍ତି । ଚେହେରାରେ ଦାଗ ସବୁ ସୌନ୍ଦର୍ଯ୍ୟକୁ ହ୍ରାସ କରିଥାଏ  । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟାରୁ କିପରି ପାଇବେ ମୁକ୍ତି ।

ଏହି ଦାଗଗୁଡ଼ିକୁ ହ୍ରାସ କରିବା ପାଇଁ, ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଏଲୋବେରା ଜେଲ୍ ଲଗାଇ ପାରିବେ । ଏଲୋବେରା ଜେଲ୍ ଚର୍ମକୁ ହାଇଡ୍ରେଟ୍ ଏବଂ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରେ । ଏହା ଆପଣଙ୍କ ମୁହଁରୁ ପିମ୍ପଲ୍, କଳାଦାଗ ସବୁ ଦୂର କରିବ । ରାତିରେ ଶୋଇବା ପୂର୍ବରୁ ଆପଣ ନଡିଆ ତେଲ ମଧ୍ୟ ଲଗାଇ ପାରିବେ । ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଅଟେ । ଯାହା ଚର୍ମକୁ କୋମଳ ଏବଂ ଚିକ୍କଣ କରିବାରେ ସାହାଯ୍ୟ କରେ । ଆପଣ ତ୍ୱଚାରେ ଦହି ଲଗାଇପାରିବେ । ଦହିରେ ଲାକ୍ଟିକ୍ ଏସିଡ୍ ଥାଏ,  ଯାହା ଚର୍ମ ପାଇଁ ବହୁତ ଲାଭଦାୟକ। ଦହି ଖରାପ ହୋଇଯାଇଥିବା ଚର୍ମକୁ ବାହାର କରି ନୂତନ ଚର୍ମ ତିଆରି କରେ ।

ଶୋଇବା ପୂର୍ବରୁ ଆପଣ ମୁହଁରେ କଦଳୀର ପେଷ୍ଟ ଲଗାଇ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ତା ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ତ୍ୱଚାକୁ କୋମଳ ରଖେ ଏବଂ ପିମ୍ପଲ୍ ଜନିତ ସମସ୍ୟାକୁ ହ୍ରାସ କରେ  । ଏସବୁ ବ୍ୟତୀତ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ ଏବଂ ଆପଣଙ୍କ ଖାଦ୍ୟରେ ସନ୍ତୁଳିତ ଖାଦ୍ୟ ଭଳି ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ । ଏହା ସହ ଆପଣ ପ୍ରତିଦିନ ବ୍ୟାୟାମ କରିବା ଏବଂ ସଠିକ ଭାବରେ ଶୋଇବା ଉଚିତ୍ । ଏହା କରିବା ଦ୍ବାରା ଆପଣଙ୍କ ତ୍ୱଚା ନରମ ଏବଂ କୋମଳ ରହିବ ।

Leave A Reply

Your email address will not be published.