ଭୁବନେଶ୍ୱର: ମେଟାର ଫୋଟୋ ଓ ସର୍ଟ-ଫର୍ମାଟ ଭିଡିଓ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଚୁପଚାପ ଏକ ନୂଆ ଫିଚର ‘ଫ୍ରେଣ୍ଡ ମ୍ୟାପ’ ଲଞ୍ଚ କରିଛି। ଏହି ନୂଆ ଟୁଲ ଉପଭୋକ୍ତାଙ୍କୁ ରିଅଲ-ଟାଇମରେ ସେମାନଙ୍କ ବନ୍ଧୁଙ୍କ ଲୋକେସନ ଦେଖିବା, ହ୍ୟାଙ୍ଗଆଉଟ ସ୍ପଟ ସେୟାର କରିବା ଏବଂ ମିଳିତ ଭାବେ ମେଣ୍ଟିଂ ପ୍ଲେସ ଖୋଜିବାରେ ସାହାଯ୍ୟ କରିବ। ଏହି ଫିଚର ସ୍ନାପଚାଟର ‘ସ୍ନାପ ମ୍ୟାପ’ ସହ ସମାନ। ଯଦିଓ ଏହାକୁ ସାମାଜିକ ଯୋଗାଯୋଗ ବଢ଼ାଇବା ପାଇଁ ଡିଜାଇନ କରାଯାଇଛି, କିନ୍ତୁ ଗୋପନୀୟତା ଓ ସୁରକ୍ଷା ନେଇ ଚିନ୍ତା ମଧ୍ୟ ଉଠିଛି।
ଫ୍ରେଣ୍ଡ ମ୍ୟାପ: ଏହା ପଛରେ ଉଦ୍ଦେଶ୍ୟ
ମେଟାର କହିବା ଅନୁଯାୟୀ, ଫ୍ରେଣ୍ଡ ମ୍ୟାପ ଫିଚର ବନ୍ଧୁମାନଙ୍କୁ ଅଫଲାଇନରେ ଯୋଗାଯୋଗ କରିବା, ସ୍ଥାନୀୟ ସ୍ଥାନଗୁଡ଼ିକୁ ଏକାଠି ଆବିଷ୍କାର କରିବା ଏବଂ ମିଟଅପକୁ ଅଧିକ ସ୍ୱତଃସ୍ଫୁର୍ତ କରିବାରେ ସାହାଯ୍ୟ କରିବ। ଏହାକୁ ଏକ ମଜାଦାର, ସାମାଜିକ ଫିଚର ଭାବେ ଉପସ୍ଥାପନ କରାଯାଇଛି, ଯାହା ବ୍ୟକ୍ତିଗତ ସମ୍ପର୍କକୁ ମଜବୁତ କରେ। କିନ୍ତୁ ଏହାକୁ ଆପଣ ଫଲୋ କରୁଥିବା ଲୋକଙ୍କ ପାଇଁ ଏକ ସ୍ଟକିଂ ଫିଚର ଭାବେ ମଧ୍ୟ ବ୍ୟବହାର କରାଯାଇପାରେ।
ଇନଷ୍ଟାଗ୍ରାମର ଫ୍ରେଣ୍ଡ ମ୍ୟାପ ଫିଚରର ମୁଖ୍ୟ ବିଶେଷତ୍ୱ:
- ରିଅଲ-ଟାଇମ ଲୋକେସନ ସେୟାରିଂ: ଯେତେବେଳେ ଆପଣଙ୍କ ବନ୍ଧୁମାନେ ଅନୁମତି ଦେଇଥାନ୍ତି, ସେମାନଙ୍କ ଲୋକେସନ ଦେଖିପାରିବେ।
- ଆପ ଓ କଣ୍ଟେଣ୍ଟ-ଆଧାରିତ ଲୋକେସନ ଟ୍ରାକିଂ: ଇନଷ୍ଟାଗ୍ରାମ ଖୋଲିବା ଓ ପୋଷ୍ଟ କିମ୍ବା ଷ୍ଟୋରୀରେ ଲୋକେସନ ଟ୍ୟାଗ କରିବା ସମୟରେ ଆପଣଙ୍କ ସାମ୍ପ୍ରତିକ ଲୋକେସନ ଲଗ ହୁଏ।
- ଲୋକେସନ ହିଷ୍ଟ୍ରୀ: ସମୟ ସହ ବାରମ୍ବାର ଚେକ-ଇନ କରିବା ଦ୍ୱାରା ଯାତ୍ରାର ପାଟର୍ନ ଓ ପ୍ରାୟତଃ ଯାତାୟାତ କରୁଥିବା ସ୍ଥାନଗୁଡ଼ିକ ଜଣାପଡ଼େ।
- ମେଟା ସେବା ସହ ଇଣ୍ଟିଗ୍ରେସନ: ଏହା ମେଟାର ଇନଫ୍ରାଷ୍ଟ୍ରକଚର ସହ କାର୍ଯ୍ୟ କରେ, ଯାହା ଫେସବୁକ ଓ ମେସେଂଜର ଡାଟା ସହ ଲିଙ୍କ ହୁଏ।
ଫୋନରେ ଏହି ଫିଚର କିପରି ବ୍ୟବହାର କରିବେ?
- ଇନଷ୍ଟାଗ୍ରାମର ମେସେଜ ସେକସନରେ ଫ୍ରେଣ୍ଡ ମ୍ୟାପକୁ ସକ୍ରିୟ କରନ୍ତୁ ଏବଂ ‘ମ୍ୟାପ ସେକସନ’କୁ ଯାଆନ୍ତୁ।
- ଲୋକେସନ-ଶେୟାରିଂ ସେଟିଂସକୁ ସମାୟୋଜନ କରନ୍ତୁ, ଯାହା ଦ୍ୱାରା ଆପଣ ବାଛି ପାରିବେ କିଏ ଆପଣଙ୍କୁ ଦେଖିପାରିବ।
- ଆପଣ ନିଜ ଲୋକେସନକୁ ବନ୍ଧୁଙ୍କ ସହ ସେୟାର କରିପାରିବେ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବେ।
ଏହି ଫିଚର ଧୀରେ ଧୀରେ ଭାରତ ସମେତ ଅନେକ ଦେଶରେ ରୋଲ ଆଉଟ ହେଉଛି। ଯେହେତୁ ଏହା ଏକ ଅପ୍ଟ-ଇନ ଫିଚର, ଆପଣ ସେଟିଂସରେ ସକ୍ରିୟ ନକଲେ ମ୍ୟାପରେ ଦେଖା ଯିବେ ନାହିଁ।
ଏହି ଫିଚର ଉପଭୋକ୍ତାଙ୍କୁ କିପରି ସାହାଯ୍ୟ କରିବ?
- ବନ୍ଧୁଙ୍କ ସହ ମିଳିତ ହେବା ପାଇଁ ଯୋଜନା କରିବା ସହଜ ହେବ।
- ସେୟାର ହ୍ୟାଙ୍ଗଆଉଟ ଓ ଟ୍ରେଣ୍ଡିଂ ସ୍ଥାନୀୟ ସ୍ପଟଗୁଡ଼ିକୁ ଆବିଷ୍କାର କରିପାରିବେ।
- ଇନଷ୍ଟାଗ୍ରାମରେ ଅଧିକ ଇଣ୍ଟରଆକ୍ଟିଭ ଓ ସାମାଜିକ ଅନୁଭବ ମିଳିବ।
Comments are closed.