Latest Odisha News

BREAKING NEWS

ବଲିଉଡରେ ଅପସରା ରାନୀ, ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ, ଆଗାମୀ ୨୬ରେ ରିଲିଜ୍ ହେବ ଫିଲ୍ମ 

ଭୁବନେଶ୍ଵର: ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ରିଲିଜ ହେବାକୁ ଯାଉଛି । ଓଡିଆ ଅଭିନେତ୍ରୀ ଅପସରାଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ ।

ଏହି ମୁଭିରେ ଓଡିଆ ଅଭିନେତ୍ରୀଙ୍କ ଜଲୱା ଦେଖିବେ ବଲିଉଡ ପ୍ରେମୀ । ଏହାସହ ଏପ୍ରିଲ ୨ରେ ରିଲିଜ ହେବାକୁ ଥିବା ତେଲଗୁ ମୁଭି ଲୁଟମାର୍ ରେ ମଧ୍ୟ ଗୋପିଚାନ୍ଦଙ୍କ ସହ ନଜର ଆସିବେ ଅପସରା ।

କୋଭିଡ କଟକଣା କୋହଳ ପରେ ତେଲୁଗୁ ସୁପରଷ୍ଟାର ରବି ତେଜାଙ୍କ ଅଭିନୀତ କ୍ରାକ୍ ଚଳଚିତ୍ରରେ ଅପସରାଙ୍କୁ ଏକ ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଥିଲା ।

Comments are closed.