ନୂଆଦିଲ୍ଲୀ: ଓସ୍କାର ବିଜେତା ତଥା ପ୍ରସିଦ୍ଧ ସଂଗୀତକାର ଏ ଆର୍ ରହମାନ ତାଙ୍କ ବିବାହ ବିଚ୍ଛେଦକୁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଏ ଆର୍ ରହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ୨୯ ବର୍ଷର ବୈବାହିକ ଜୀବନର ପରିସମାପ୍ତି ଘୋଷଣା କରିଥିଲେ। ଯାହା ସେମାନଙ୍କ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ଏହାରି ମଧ୍ୟରେ ଖୁବ୍ ଟ୍ରୋଲ ହେଉଛନ୍ତି ରହମାନ।
ତେବେ ଛାଡପତ୍ର ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ଯ ସେୟାର କରିଥିଲେ। କିନ୍ତୁ ଏ ଆର୍ ରହମାନଙ୍କ ପୋଷ୍ଟରେ ଏକ ଭୁଲ ଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ ୟୁଜର୍ସ
ଏ ଆର୍ ରହମାନ ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ତାଙ୍କ ଛାଡପତ୍ର ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ସେ ଲେଖିଥିଲେ, ‘ଆମର ୨୯ବର୍ଷର ବିବାହ ସମାପ୍ତ ହୋଇଛି। ଆଶା ଥିଲା ଯେ ଆମେ ୩୦ ବର୍ଷ ପର୍ଯ୍ୟନ୍ତ ଏକାଠି ରହିବୁ କିନ୍ତୁ ଲାଗୁଛି ଯେ ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଅଛି। ଭଗବାନଙ୍କ ସିଂହାସନ ମଧ୍ୟ ଭଙ୍ଗା ହୃଦୟର ଭାରରେ କମ୍ପିତ ହୁଏ। ତଥାପି ଏହି ବିଚ୍ଛିନ୍ନତା ଭିତରେ ଆମେ ଅର୍ଥ ପାଇଥାଉ। ଆମର ବନ୍ଧୁଗଣ, ଜଟିଳ ସମୟରେ ଆମର ଗୋପନୀୟତା ବଜାୟ ରଖିଥିବାରୁ ଧନ୍ୟବାଦ।
ପୋଷ୍ଟର ଶେଷରେ, ଆର୍ ରହମାନ #arsairabreakup ହ୍ୟାସଟ୍ୟାଗ୍ ବ୍ୟବହାର କରିଥିଲେ। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏ ଆର୍ ରହମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି, “ଚାଟ୍ ଜିପିଟି ଏବଂ ହ୍ୟାସଟ୍ୟାଗ୍?” ଅନ୍ୟ ଜଣେ ଲେଖିଛନ୍ତି, “ଏଭଳି ପରିସ୍ଥିତିରେ କିଏ ଏହି ହ୍ୟାସଟ୍ୟାଗ ଲେଖିଥାଏ?” ଅନ୍ୟ ଜଣେ ଲେଖିଛନ୍ତି ଯେ ମୁଣ୍ଡ କାମ କରୁନାହିଁ କି?