Latest Odisha News

BREAKING NEWS

ପଦ୍ମ ଧରିଲେ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ ସରକାର କରିବ। ଯେଭଳି ଲୋକେ ବିଜେପିରେ  ମିଶୁଛନ୍ତି, ଲାଗୁଛି ଶହେରୁ ଅଧିକ ସିଟ୍ ପାଇବୁ । ଶହେରୁ ଅଧିକ ବିଧାନସଭା ଓ ସବୁ ୨୧ ଲୋକସଭା ସିଟ୍ ଜିତିବୁ ।  ରାଜ୍ୟରେ ବିଜେପି ସ୍ଥିର  ସରକାର କରିବ । ବର୍ତ୍ତମାନର ଶାସନ ରାଜ୍ୟ ପାଇଁ  ଆଦୌ ଉପଯୁକ୍ତ ନୁହେଁ । ବିଜେଡିରେ ରହି  ନେତାମାନେ ଶ୍ୱାସରୁଦ୍ଧ ହେଲେଣି । ବିଜେଡିରେ  ବରିଷ୍ଠଙ୍କୁ  ଯେଭଳି ସମ୍ମାନ ମିଳିବା କଥା ମିଳୁନି । ଏବେ ମଙ୍ଗ ଧରିଥିବା ଯୁବକମାନେ  ଭୁଲିଯାଇଛନ୍ତି, ‘ଓଲ୍ଡ ଇଜ୍ ଗୋଲ୍ଡ’ । ଜଣେ ବିଧାୟକ ଥିବା ସ୍ଥଳେ  ଆଉ ତିନି ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି । ମୋ ବିରୋଧରେ ସମାନ୍ତରାଳ ସଙ୍ଗଠନ ଛିଡା କଲେ । ଯେଉଁଠି ମାନ ସମ୍ମାନ ନାହିଁ,  ସେହି ସ୍ଥାନ ଛାଡି ଦେବା ଉଚିତ । ସେଥିପାଇଁ ଘର ବାହୁଡା କଲି, ବିଜେପିରେ ଥିଲି, ଶେଷ ଯାଏଁ ରହିବି ।’’

ସେହିପରି ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ଗତକାଲି ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ଏବେ ଜୟଦେବ ବିଧାୟକ ଅଛନ୍ତି । ସେ ୫ ଥର ବିଧାୟକ ହୋଇଛନ୍ତି । ସେ ମାଲକାନଗିରିରୁ ତିନିଥର ଜିତିଥିଲେ ।

ଦୁଷ୍ମନ୍ତ ସ୍ୱାଇଁ ବି ବିଜେପିରେ ଯୋଗ ଦେଇ ପାରନ୍ତି । ସେ ୨୦୧୯ରୁ ଖଣ୍ଡପଡ଼ାରୁ ସ୍ୱାଧୀନ ପ୍ରାର୍ଥୀ ଥିଲେ । ସେ ଖଣ୍ଡପଡ଼ାର ଜଣେ ଟାଣୁଆ ସଂଗଠକ ଭାବେ ପରିଚିତ  ।

Leave A Reply

Your email address will not be published.