Latest Odisha News

BREAKING NEWS

ମାର୍ଚ୍ଚ ୪ ରୁ ୭ ତାରିଖ ଭିତରେ ଏହି ସ୍ଥାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନେକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବଡ ଧରଣର ବିଜୟ ହାସଲ କରିବାକୁ ବିଜେପି ଏବେ ତା’ର ରଣନୀତି ଚଳାଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୪୦୦ଟି ଆସନର ଲକ୍ଷ ରଖିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଇଦାନକୁ ଉହ୍ଲାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜୟର ଆଶା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସବୁ ରାଜ୍ୟ ପରିଦର୍ଶନରେ ଯାଉଛନ୍ତି । ଏହାରିଭିତରେ ମାର୍ଚ୍ଚ ୪ ରୁ ୭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୫ ଟି ରାଜ୍ୟ ଗସ୍ତ କରିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଏହି ଦିନ ମାନଙ୍କରେ ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ପଶ୍ଚିମବଙ୍ଗ, ଜାମ୍ମୁ-କାଶ୍ମୀର ଏବଂ ବିହାର ପରିଦର୍ଶନ କରିବେ । ଆସନ୍ତା କାଲି ଅର୍ଥାତ୍ ମାର୍ଚ୍ଚ ୪ ତାରିଖରେ ମୋଦୀ ତେଲେଙ୍ଗାନା ଏବଂ ତାମିଲନାଡୁ ଗସ୍ତ କରିବେ । ଆସନ୍ତାକାଲି ସକାଳ ୧୦:୩୦ରେ ତେଲେଙ୍ଗାନାର ଆଦିଲାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ । ସେଠାରେ ଆୟୋଜନ କରାଯାଇଥିବା ଏକ ଜନସଭାକୁ ସକାଳ ୧୧.୧୫ ରେ ସମ୍ବୋଧିତ କରିବେ। ଏହା ପରେ ସେ ତାମିଲନାଡୁ ଗସ୍ତ କରିବେ। ତାମିଲନାଡୁର କଲପକ୍କମରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିବେ। ଏହା ପରେ ସେ ଚେନ୍ନାଇରେ ସନ୍ଧ୍ୟା ୫.୧୫ ରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ରାତିରେ ହାଇଦ୍ରାବାଦ ରାଜଭବନରେ ରହିବେ। ମାର୍ଚ୍ଚ ୫ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ଟାରେ ସଙ୍ଗାରେଡି ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । ଏହା ପରେ ସେ ସକାଳ ୧୧.୩୦ ରେ ସଙ୍ଗାରେଡିରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଯିବେ । ଅପରାହ୍ନ ୨.୩୦ ରେ ସେ ଓଡିଶାର ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ଅନେକ ପ୍ରକଳ୍ପର ଉଦଘାଟନ କରିବେ।

ସେଠାରୁ ସେ ସିଧାସଳଖ କୋଲକାତା ଅଭିମୁଖେ ଯିବେ । କୋଲକାତା ରାଜଭବନରେ ସେ ରାତ୍ରୀ ଯାପନ କରିବେ । ମାର୍ଚ୍ଚ ୬ରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦.୧୫ରେ କୋଲକାତାରେ ଅନେକ ବିକାଶମୁଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସେ ସକାଳ ୧୧.୩୦ ରେ ବାରାସାତରେ ହେବାକୁ ଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ବେତିୟା ଗସ୍ତ କରିବେ। ସେଠାରେ ସେ ଅନେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଦିନ ୨.୩୦ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁ କାଶ୍ମୀର ଗସ୍ତ କରିବେ। ମାର୍ଚ୍ଚ ୭, ଗୁରୁବାର ଦିନ ଦ୍ୱିପ୍ରହରରେ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

Leave A Reply

Your email address will not be published.