Latest Odisha News

BREAKING NEWS

ଟଳିଲା ଭାରତ ବିରୋଧୀ ଆଉ ଏକ ଆତଙ୍କବାଦୀ

ନୂଆଦିଲ୍ଳୀ: ପାକିସ୍ତାନର ଏବାଟବାଦରେ କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀ କମାଣ୍ଡର ଶେଖ ଜମୀଲ ରହେମାନଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ଜମୀଲଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇ ପାରିନି । ୟୁନାଇଟେଡ ଜିହାଦ କାଉନସିଲର ସେକ୍ରେଟାରୀ ଓ ତହରିକ ଉଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ ଥିଲା । ଅକ୍ଟୋବର ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଆତଙ୍କୀ ଘୋଷିତ କରାଯାଇଥିଲା । ଜମ୍ମୁ ଏବଂ କଶ୍ମୀର ଅନେକ ଆତଙ୍କବାଦୀ ଘଟଣାରେ ସେ ସମ୍ପୃକ୍ତ ଥିଲା । ଆଇଏସଆଇ ସହ ମିଶି କରି ସେ ଭାରତରେ ଅଶାନ୍ତି ସୃଷ୍ଟି କରୁଥିଲା । ସୂଚନାଯୋଗ୍ୟ, ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ଆତଙ୍କବାଦୀଙ୍କ ରହସ୍ୟମୟ ମୃତ୍ୟୁ ହେବାରେ ଲାଗିଛି ।

ଲଶ୍କର ଇ ତାଇବାର ଶୀର୍ଷ କମାଣ୍ଡର ରିୟାଜ ଅହମ୍ମଦ, ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶହୀଦ ଲତିଫ, ଲଶ୍କର ଇ ତୋଇବାର କମାଣ୍ଡର ମୁଫତି କୈସର ଫାରୁଖ, ଖଲିସ୍ତାନୀ କମାଣ୍ଡୋ ଫୋର୍ସର ଚିଫ ପରମଜିତ ସିଂ ଓ ଲଶ୍ମରର ଆକ୍ରମ ଗାଜୀ ସାମିଲ । ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ଏହି ମୃତ୍ୟୁ ପାଇଁ ଭାରତୀୟ ଗୋଇନ୍ଦା ବିଭାଗକୁ ଦାୟୀ କରୁଛି । ତେବେ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ ଏହାକୁ ମନା କରାଯାଇଛି ।

Leave A Reply

Your email address will not be published.