Latest Odisha News

BREAKING NEWS

ଭକ୍ତଙ୍କୁ ନେଇ ୨ସେବାୟତ ପରିବାର ମଧ୍ୟରେ ମାରପିଟ, ଥାନରେ ଏତଲା

ଭଦ୍ରକ : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନେଇ ୨ ସେବାୟତ ପରିବାର ମଧ୍ୟରେ ମାରପିଟ । ଶନିବାର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ବାସୁଦେବପୁର ସୁଗ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ପୂଜାର୍ଚ୍ଚନାକୁ ଭାଗବଣ୍ଟାକୁ ନେଇ ୨ ସେବାୟତ ପରିବାର ମଧ୍ୟରେ ମାରପିଟ ଘଟଣା ସାମ୍ନାକୁ ଆସିଛି । ଭକ୍ତଙ୍କ ପୂଜାର୍ଚ୍ଚନାକୁ ଭାଗବଣ୍ଟାକୁ ନେଇ ବଙ୍କିମ ପାଢୀ ଓ ବିମ୍ବାଧର ପାଢୀ ୨ସେବାୟତ ପରିବାର ମଧ୍ଯରେ ହିଂସାତ୍ମକ ଘଟଣା ଉପୁଜିଛି ।

ଭକ୍ତଙ୍କ ଭୋଗ ଘର୍ଷଣ ଫୋଫାଡି ଦେବା ସହ ୨ସେବାୟତ ପରିବାର ମଧ୍ଯରେ ଠେଙ୍ଗା ବାଡିରେ ମାରପିଟ କରିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକଙ୍କ ସହଯୋଗରେ ଉଭୟ ସେବାୟତଙ୍କୁ ଉଦ୍ଧାର କରାଯାଇଥିଲା ।

ଏହି ଘଟଣାରେ ବଙ୍କିମ ପାଢୀଙ୍କ ପୁତୁରା ନିଶିକାନ୍ତ ପାଢୀ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଆରଡି ମେଡିକାଲ ଭର୍ତ୍ତି କରାଯାଇଥିଲା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିମ୍ବାଧର ପାଢୀଙ୍କ ପୁଅ କାହ୍ନୁ ପାଢୀ ମଧ୍ୟ ଆହାତ ହୋଇଥିଲେ ।ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହ ଉଭୟଙ୍କ ମାରପିଟ ସମୟରେ କିଛି ଭକ୍ତ ମଧ୍ଯ ଆହତ ହୋଇଥିବା ଆରଡି ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯାଇଛି।

କିଛି ଦିନ ତଳେ ମନ୍ଦିର ପ୍ରଶାସନ ଟ୍ରଷ୍ଟବୋର୍ଡ ବୈଠକ ଓ ଜିଲା ବୈଠକରେ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ କଡା ନିୟମ ଜାରି କରାଯାଇଥିଲା।ହେଲେ ନିୟମକୁ ଅଣଦେଖା କରି କିଛି ସେବାୟତ ବାରମ୍ବାର ଭକ୍ତଙ୍କୁ ନାନା ପ୍ରକାରର ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏଥିସହ ଜିଲ୍ଲାପାଳ ଓ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି।

Comments are closed.