Latest Odisha News

BREAKING NEWS

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି ।

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପୂର୍ବରୁ ଏହି ବିଜୟ ସେମାନଙ୍କ ମନୋବଳ ବଢ଼ାଇବ । ସାଉଥାମ୍ପଟନରେ ଜୁନ ୧୮ରୁ ଫାଇନାଲ ମ୍ୟାଚ ଖେଳାଯିବ । ଅବଶ୍ୟ ଭାରତୀୟ ଟିମ୍ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ନ୍ୟୁଜିଲାଣ୍ଡ ଏବେ ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନରେ ପଂହଚିଛି ।

Leave A Reply

Your email address will not be published.