Latest Odisha News

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ସବୁ ସତ ଓଗାଳିବା ପାଇଁ ମାନସିକ ଭାବେ  ଅର୍ଚ୍ଚନା ପ୍ରସ୍ତୁତ ଅଛନ୍ତି ।

ଅର୍ଚ୍ଚନା କହିଛନ୍ତି, ସେ ସତ କହିବେ, ସବୁ ସତ କହିବେ । ଆଉ ସେ ସତ କହିଲେ ରାଜ୍ୟ ବଦଳିଯିବ । ସବୁ ସତ କହିବା ପାଇଁ ସେ ୩୦ ମିନିଟ ସମୟ ମାଗିଥିଲେ । ସେ କହିଥିଲେ,ମୁଁ ଇଡିକୁ ଅପେକ୍ଷା କରିଥିଲି । ଅର୍ଚ୍ଚନାଙ୍କ ଏହି କଥାରୁ ସ୍ପଷ୍ଟ ହେଉଛି ଯେ ସେ ଇଡି ସାମ୍ନାରେ ଆଜି ସବୁ ସତ ଓଗାଳି ପାରନ୍ତି ।

ଅର୍ଚ୍ଚନା କହିଛନ୍ତି,ମୋ ପାଖରେ ସବୁ ତଥ୍ୟ ଅଛି । ସେ ତଥ୍ୟ କହିଲେ ସାରା ରାଜ୍ୟ ବଦଳିଯିବ । ଆଉ ସେ ତଥ୍ୟ ସେ ଖୋଲିବେ ବୋଲି ମଧ୍ୟ ଦମ୍ଭର ସହ କହିଛନ୍ତି । ସେ କହିଛନ୍ତି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି ।

ସେ କହିଥିଲେ, ମୁଁ ସବୁ ସତ କହିବି, ମାତ୍ର ଯଥେଷ୍ଟ ସମୟ ଦରକାର । ଇଡି ତଦନ୍ତକୁ ସ୍ୱାଗତ କରିଥିବା ସହ  ଯେ କୌଣସି ସଂସ୍ଥା ତଦନ୍ତ ଆସନ୍ତୁ, ତଦନ୍ତ କରନ୍ତୁ, ସେ ଡରୁ ନାହାନ୍ତି ବୋଲି ଚାଲେଞ୍ଜ ଦେଇଥିଲେ ।

କ’ଣ ପାଇଁ ତାଙ୍କ ମୁହଁ, ଆଖି ବାନ୍ଧି ନିଆଗଲା  ବୋଲି ପ୍ରଶ୍ନ କରିବା ସହ   ଶ୍ରଦ୍ଧାଞ୍ଜଳି  କୁଆଡ଼େ ଗଲା ବୋଲି ପଚାରିଥିଲେ ।  ଯାହା ବି ପୋଲିସର କଡା ସୁରକ୍ଷା ଭିତରେ ଅର୍ଚ୍ଚନାଙ୍କ ଏପରି ଖୋଲା ଚାଲେଞ୍ଜ ବଡବଡିଆଙ୍କ ନିଦ ହଜାଇ ଦେଲାଣି ।

 

 

Leave A Reply

Your email address will not be published.