Latest Odisha News

BREAKING NEWS

ମଦ ବାର ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ଯାଜପୁର : ମଦ ବାର ଖୋଲିବା ନେଇ ଦେଖିବାକୁ ମିଳିଛି ହଟ୍ଟଗୋଳ । ବରି ବ୍ଳକ ବାଲିଆ ଗାଁରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଞ୍ଚାୟତବାସୀ । ଏ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ ମଦ ବାରକୁ ବିରୋଧ କରି ଆଜି ସରପଞ୍ଚ ରେବତୀ ଜେନାଙ୍କ ନେତୃତ୍ୱରେ ବହୁ ମହିଳା ଓ ବୁଦ୍ଧିଯିବି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ବାର ରାସ୍ତା ଦେଇ ଦୈନିକ ଶହ ଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଥିବା ବେଳେ ବାର ଖୋଲିବା ଦ୍ୱାରା ସେମାନଙ୍କ ଉପରେ କୁପ୍ରଭାବ ପଡିବାର ଆଶଙ୍କା ରହିଛି । ଏଥିସହ ମଦ ବାର ଖୋଲିବା ଦ୍ୱାରା ସ୍ଥାନୀୟ ପରିବେଶ ଦୂଷିତ ହେବ ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ  । ଏହାର ପ୍ରତିବାଦ କରି  ବାଲିଆ ପଂଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିରରେ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.