Latest Odisha News

BREAKING NEWS

ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ

ନୂଆଦିଲ୍ଲୀ : ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏନେଇ ଜେଏମ୍‌ଏଫ୍‌ସି ଭୁବନେଶ୍ୱର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

ତେବେ ହନିଟ୍ରାପ୍‌ ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଜେଲରେ ଅଛନ୍ତି। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଇଡି ମଧ୍ୟ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଳତାଡ଼ ଜାରି ରଖିଛି  । ଏହାରି ଭିତରେ  ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା  । ସୂଚନା ଅନୁଯାୟୀ, ଅର୍ଚ୍ଚନାଙ୍କ ଓକିଲ ଲ’ ପରୀକ୍ଷା ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଏଥିପାଇଁ ଗତକାଲି ଜେଲ୍ ମାନୁଆଲ ଅନୁଯାୟୀ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅର୍ଚ୍ଚନାଙ୍କ ଆଡଭୋକେଟ୍ ଦେବାଶିଷ ମହାପାତ୍ର ଗଣମାଧ୍ୟମ ଆଗରେ  କହିଛନ୍ତି। ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ  । ସେଥିପାଇଁ ଅର୍ଚ୍ଚନାଙ୍କୁ କୋର୍ଟ ଅନୁମତି ଦେଇଥିଲେ ।  ଆଉ ଏବେ ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବା ପାଇଁ ତାଙ୍କୁ ଅନୁମତି ମିଳିଛି।

Leave A Reply

Your email address will not be published.