Latest Odisha News

BREAKING NEWS

ଭାଷା ଭାଗବତ : ସପକ୍ଷ, ବିପକ୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

 

କ୍ଷମତା ଆଉ ଅଧିକାର

ଥିଲେ ଦିଶଇ ଚମତ୍କାର

କିଂତୁ ନ କଲେ ବ୍ୟବହାର

ଉନ୍ନତି ହୁଏନି କାହାର

 

କ୍ଷମତା ଅଳଂକାର ଭଳି

ନିୟମିତ ପାରେନି ଚଳି

କେବଳ ରହେ ସୁରକ୍ଷିତ

କରେନି କେବେ କାହା ହିତ

 

ତେଣୁ ବହୁ କ୍ଷମତାଧାରୀ

ହୁଅଂତିନାହିଁ ଉପକାରୀ

କେବଳ କ୍ଷମତା ସଂଭାଳି

ଯେନକେନ ଯାଆଂତି ଚଳି

 

କ୍ଷମତା ଆସେ ଆଉ ଯାଏ

ସବୁବେଳେ ପାଶେ ନ ଥାଏ

ଦକ୍ଷତା ନ ଥିଲେ କ୍ଷମତା

ହରାଇଥାଏ ନିଜ ସତ୍ତା

 

ଭାଷାକୁ ଲୋଡ଼ା ନିରାପତ୍ତା

ବ୍ୟକ୍ତିକୁ ପୂରା ସ୍ବାୟତ୍ତତା

ନ ମିଳେ ଏଠି ବ୍ୟବସ୍ଥାରେ

ତେଣୁ ଅଛୁଁ ଏ ଅବସ୍ଥାରେ

 

ସୁଦକ୍ଷ ନିଷ୍ଠାପର ବ୍ୟକ୍ତି

ଭାଷାକୁ ଯୋଗାଇଲେ ଶକ୍ତି

ଆପେ ତା କରଇ ଉନ୍ନତି

ହୁଏ ଭାଷାର ଅଗ୍ରଗତି

 

ଉପରୁ ପାଇଲେ ନିର୍ଦେଶ

ତଳକୁ ଛାଡ଼ି କାମ ଶେଷ

କରିଲେ ବୋଲାଏ ଯେ ଦକ୍ଷ

ସେ ନୁହେ ସପକ୍ଷ, ବିପକ୍ଷ

 

ପ୍ରଶାସନ ନାମରେ ଖେଳ

ଯୋଗୁଁ ସରୁଛି ଯେତେ ବେଳ

ମିଳୁନି ତା’ର ଫଳାଫଳ

ଏମିତି ବିତେ ଦିନ କାଳ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.