Latest Odisha News

ବଡବଡିଆଙ୍କୁ ଧମକ ଦେଇଗଲେ ଅର୍ଚ୍ଚନା, କହିଲେ-‘କାହାକୁ ଛାଡ଼ିବିନି’

ଭୁବନେଶ୍ୱର: ନ କହି ନ କହି ଅନେକ କଥା କହିଦେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା । ସବୁ କ୍ଷୋଭ ଉଦଗାରି ଦେଲେ ଅର୍ଚ୍ଚନା । ଇଡିକୁ ସାମ୍ନା କରିବା ପୂର୍ବରୁ  ବିସ୍ଫୋରକ ବୟାନ ଦେଇଗଲେ । ଆଉ ଯାହା ଗୁମର ଲୁଚି ରହିଛି ଅର୍ଚ୍ଚନାଙ୍କ ପେଟରେ ସବୁ ସତ ଇଡି ସାମ୍ନାରେ ଉଗାଳି ପାରନ୍ତି, ତାହାର ମଧ୍ୟ ପ୍ରାକ ସୂଚନା ଦେଇଗଲେ । ସେତିକି ନୁହେଁ, ବଡବଡିଆଙ୍କୁ ଧମକ ବି ଦେଇଗଲେ । କହିଲେ, କାହାକୁ ଛାଡ଼ିବିନି । ଯଦି ସେ ମୁହଁ ଖୋଲନ୍ତି ତେବେ ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି ବି ଚେତାବନୀ ଦେଇଗଲେ  ।

କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ସେ ବିସ୍ଫୋରକ ବୟାନ ଦେଇ ଅର୍ଚ୍ଚନା କହିଲେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ମୋତେ  ସମୟ ଦରକାର । ସେ ଏଥିପାଇଁ ୩୦ ମିନିଟ୍ ସମୟ ମାଗିଥିଲେ । ସେ ଅଭିଯୋଗ ବି କରିଥିଲେ ମୋତେ ଫସାଇ ଦେଇଛନ୍ତି । ମୋର ମୁହଁ ବନ୍ଦ କରି ଗିରଫ କଲେ । ମୁଁ କ’ଣ ଆତଙ୍କବାଦୀ କି  ବୋଲି ସେ ପ୍ରଶ୍ନ କରିବା ସହ  ସମୟ ଆସିଲେ ସବୁ ତଥ୍ୟ ପ୍ରମାଣ ସହ ସବୁ ଦେବେ ବୋଲି କହିଲେ  । ବିନା ତଥ୍ୟ ପ୍ରମାଣରେ ତାଙ୍କୁ କଳଙ୍କିତ କରାଯାଉଛି ବୋଲି ସେ କହିବା ସହ  କାହାକୁ ଛାଡ଼ିବେନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେଇଛନ୍ତି।

ବାରମ୍ବାର ଧମକ ଦେଇ ଅର୍ଚ୍ଚନା କହୁଥିଲେ, ସବୁ ତଥ୍ୟ ଖୋଲିବ । ମୁଁ ସବୁ କହବି ।  କାହାକୁ ଛାଡ଼ିବିନି ବୋଲି ଚେତାବନୀ ଦେଲେ ଅର୍ଚ୍ଚନା ନାଗ।  ସେ  ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ।

ନିଜ ପୁଅର ନାଁ ନେଇ ଇମୋଶନାଲ କଥା କହିଥିଲେ । ସେ କହିଥିଲେ, ମୋତେ ଏମିତି ମିଛରେ ଫସାଯାଇଛି ।  ମୋ ୫ ବର୍ଷର ଛୁଆର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ଇଡି ତଦନ୍ତ କରୁ।  ସେ ଇଡିକୁ ଅପେକ୍ଷା କରିଥିଲେ ଏବଂ  ମୁହଁ ଖୋଲିବାରକୁ ସୁଯୋଗକୁ ଅପେକ୍ଷା କରିଥିବା କହିଥିଲେ  ।

Leave A Reply

Your email address will not be published.