Latest Odisha News

BREAKING NEWS

‘ଅର୍ଚ୍ଚନା ଭଡ଼ା ନ ଦେଇ ବ୍ଲାକମେଲ କରୁଥିଲା’

ଭୁବନେଶ୍ୱର:  ଅର୍ଚ୍ଚନା ନାଗ ମାମଲାର ନୂଆ ଟ୍ୱିଷ୍ଟ । ଅର୍ଚ୍ଚନାଙ୍କୁ ନେଇ ନୂଆ ତଥ୍ୟ  ସାମ୍ନାକୁ ଅଣିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଇଡି ଜେରା କରିବ ପୂର୍ବରୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପ୍ରମୋଦ କହିଛନ୍ତି,  ଅର୍ଚ୍ଚନା ନାଗ ତାଙ୍କ ଘରେ ଭଡ଼ାରେ ରହୁଥିଲେ ।  ସେ ତାଙ୍କୁ ମଧ୍ୟ ବ୍ଲାକମେଲ୍ କରୁଥିଲେ ।

ପ୍ରମୋଦଙ୍କ କହିବା ଅନୁଯାୟୀ,  ତାଙ୍କର ଜାଗମରା ସ୍ଥିତ ଘରେ ଭଡ଼ାରେ ଉପର ମହଲାରେ ଅର୍ଚ୍ଚନା ରହୁଥିଲେ ।  ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ତେଣୁ  ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ  ଇଡି ପ୍ରମୋଦଙ୍କୁ ସମନ କରିଥିଲା।

ଅର୍ଚ୍ଚନା ଘର ଭଡ଼ା ଠିକ୍‌ ସମୟରେ ଭଡ଼ା ଦେଉନଥିବାରୁ ପ୍ରମୋଦ ଅଭିଯୋଗ କରିଛନ୍ତି । ସେ ଭଡା ଦେଉ ନ ଥିବାରୁ ଅନେକ ସମୟରେ ତାଙ୍କ ସହ  ଝଗଡ଼ା ହେଉଥିବା ପ୍ରମୋଦ ଅଭିଯୋଗ କରିଥିଲେ । ତେବେ ଅର୍ଚ୍ଚନା ପ୍ରଥମେ  ପ୍ରମୋଦ ଅସଦାଚରଣ କରିଥିବା ନେଇ  ଥାନାରେ ଅଭିଯୋଗ କରିଥିବାବେଳେ ପ୍ରମୋଦ ମଧ୍ୟ ତାଙ୍କ ବିରୋଧର ଘର ଭଡ଼ାକୁ ନେଇ ପାଲଟା ଅଭିଯୋଗ କରିଥିଲେ।

ଆଜି ପ୍ରମୋଦ ଇଡିରେ ହାଜର ହେବା ପରେ  ଅର୍ଚ୍ଚନା ତାଙ୍କୁ କାହିଁକି ବ୍ଲାକ୍‌ମେଲ କରୁଥିଲା, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ସହିତ ତାଙ୍କର କ’ଣ ସମ୍ପର୍କ ରହିଛି ସେ ସମ୍ପର୍କର; ଇଡି  ଖୋଳତାଡ଼ କରିବ। ଅନ୍ୟପକ୍ଷେ ଇଡିରୁ ଫେରିଲେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ପ୍ରମୋଦ କହିଛନ୍ତି ।

Leave A Reply

Your email address will not be published.