Latest Odisha News

BREAKING NEWS

ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ରିକର୍ଭ ଟିମ ଅଲିମ୍ପିକ ଚାମ୍ପିୟନ ଦକ୍ଷିଣ କୋରିଆ ଟିମକୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଧୀରଜ ବୋମ୍ମେଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ଗୋଟିଏ ବି ସେଟ ହାତଛଡା କରି ନ ଥିଲେ । ୨୦୧୦ରେ ତରୁଣଦୀପ ଶାଂଘାଇ ବିଶ୍ୱକପ ଚତୁଥ ପର୍ଯ୍ୟାୟ ବିଜୟୀ ଦଳର ସଦସ୍ୟ ଥିଲେ । ଭାରତ ୫-୧ରେ ଏହି ବିଜୟ ହାସଲ କରିଛି । ଚଳିତ ବିଶ୍ୱକପରେ ଭାରତର ଏହା ୫ମ ସ୍ୱର୍ଣ୍ଣ ପଦକ । ରିକର୍ଭ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ଅଙ୍କିତା ଭକ୍ତ ଓ ଧୀରଜ ବ୍ରୋଞ୍ଜ ପଦକ ହାସଲ କରି ଏହି ଖୁସି ଦ୍ୱିଗୁଣିତ କରିଛନ୍ତି ।

ମାଆ ହେବା ପରେ ଦୀର୍ଘ ଦିନ ହେବ ଖେଳରୁ ଦୂରେଇ ରହିଥିବାରୁ ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଂଟରେ ସ୍ୱାଭାବିକ ପ୍ରଦର୍ଶନ କରିପାରି ନାହାନ୍ତି । ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ତୀରନ୍ଦାଜ ଟିମ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ କୋଟା ହାସଲ କରିଛନ୍ତି । ଏହା ଧୀରଜ ବ୍ୟକ୍ତିଗତ ଇଭେଂଟରେ ହାସଲ କରିଛନ୍ତି ।

Leave A Reply

Your email address will not be published.