Latest Odisha News

BREAKING NEWS

ବିଜେଡି ଶାସନରେ ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି: ମୋଦୀ

ଭୁବନେଶ୍ୱର: ବିଜେଡି ଶାସନରେ ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି । ଜନତା ଏହାକୁ ଆଉ ବରଦାସ୍ତ କରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମ ନେଟଓ୍ୱର୍କ ୧୮କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜତକ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ, ଓଡ଼ିଶାରେ ବିଜେପି ଓଡ଼ିଆଙ୍କ ଅସ୍ମିତାକୁ ନେଇ ଲଢ଼ିବ। ଆଉ ତିନି ଦିନ ତଳେ ସୋନପୁର ସଭାରେ ଓଡ଼ିଆ ଅସ୍ମିତା କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଓଡ଼ିଶାରେ ବିପୁଳ ପ୍ରାକୃତିକ ସମ୍ପଦ ରହିଛି। ତେଣୁ ଓଡ଼ିଶା ଦେଶର ଅନ୍ୟତମ ଧନୀ ରାଜ୍ୟ ହୋଇପାରନ୍ତା। କିନ୍ତୁ ଯେଉଁଭଳି ବିକାଶ ହେବା କଥା ତାହା ହେଉ ନାହିଁ ବୋଲି ସାକ୍ଷାତକାରରେ ମୋଦୀ କହିଛନ୍ତ । ଶାସକ ଦଳ ବିଜେଡି କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଏବଂ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଜନସାଧାରଣଙ୍କ ଏଭଳି ସମର୍ଥନ ଥିବା ଏକ ସ୍ଥିର ସରକାର ଆଶାନୁରୂପ ବିକାଶ କରିପାରିନାହିଁ ବୋଲି ମୋଦୀ କହିଛନ୍ତି।

ବିଜେଡି ସହ ବିଜେପି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେଡି ଅନ୍ୟ ଦଳ ଭଳି କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଉଛି। ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବା ସମୟରେ ରାଜ୍ୟସଭାରେ ବିଜେଡି ବିଜେପିକୁ ସମର୍ଥନ କରିଥିବା ନେଇ ସେ ଏହା କହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏରେ ବିଜେଡି ସାମିଲ ଥିଲା। ୨୦୦୯ ନିର୍ବାଚନ ପୂର୍ବରୁ ବିଜେଡି ଏନଡିଏରୁ ଓହରିଯିବା ପରେ ବିଜେପି ଓ ବିଜେଡି ବନ୍ଧୁ ନୁହଁନ୍ତି, କିନ୍ତୁ ସେମାନେ ଶତ୍ରୁ ନୁହଁନ୍ତି ବୋଲି ମୋଦୀ କହିଛନ୍ତି।

ବିଜେଡି ଶାସନରେ ଓଡିଶାର ପରିଚୟ ପ୍ରତି ବିପଦ ରହିଛି ବୋଲି ମୋଦୀ କହିଛନ୍ତି ।  ଏହାଦ୍ବାରା ଓଡ଼ିଶାର ସ୍ୱାଭିମାନ ବିପଦରେ ପଡ଼ିଛି। ଓଡ଼ିଆ ଭାଷା ପ୍ରତି ବିପଦରହିଛି। ଓଡ଼ିଶାବାସୀ ଏହାକୁ ଅଧିକ ଦିନ ସହ୍ୟ କରିପାରିବେ ନାହିଁ ବୋଲି ସେ ହୃଦବୋଧ କରୁଥିବା କହିଛନ୍ତି। ରାଜ୍ୟରେ ଏତେ ସମ୍ବଳ ରହିଛି ଯେ  ଆଜି ଓଡ଼ିଶା ଭାରତର ସବୁଠାରୁଧନୀ ରାଜ୍ୟ ହୋଇପାରିଥାନ୍ତ। କିନ୍ତୁ କେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି ? ଏହି ସାକ୍ଷାତକାରରେ ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାବାସୀ ବିଜେପିକୁ ରାଜ୍ୟକୁ ଉନ୍ନତି ଓ ପ୍ରଗତିର ଉଚ୍ଚ ଶିଖରରେ ପହଞ୍ଚାଇବାପାଇଁ ଗୋଟିଏ ସୁଯୋଗ ଦେବା ଉଚିତ।

ସୂଚନାଯୋଗ୍ୟ, ରାଜ୍ୟରେ ଆଗାମୀ ନିର୍ବାଚନରେ ନବୀନ ଲଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ମେ’ ୧୩ତାରିଖରୁ ରାଜ୍ୟରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.