Latest Odisha News

BREAKING NEWS

ଅଲଗା ହେବେ କି ବାରାକ୍ ଦମ୍ପତି?

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ବାରାକ ଏବଂ ମିଶେଲ ଓବାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଯୋଗଦେବେ। ଯଦିଓ ମିଶେଲ ଓବାମା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ତେବେ ଏହା ଦ୍ବିତୀୟ ଘଟଣା ହେବ ଯେତେବେଳେ ବାରାକ୍ ଦମ୍ପତି ଏକାଠି ନଜର ଆସିବେ ନାହିଁ। ଏହା ପୂର୍ବରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାରରେ ବାରାକ ଓବାମାଙ୍କୁ ମଧ୍ୟ ଏକୁଟିଆ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାଧାରଣତଃ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଯୋଗ ଦେଇଥାନ୍ତି। କିନ୍ତୁ ଏହି ସମାରୋହରେ ଓବାମାଙ୍କ ସହ ତାଙ୍କ ପତ୍ନୀ ନଜର ଆସିବେ ନାହିଁ।

ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏନେଇ ଓବାମା ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

 

 

Comments are closed.