Latest Odisha News

BREAKING NEWS

ବିସିସିଆଇର ୧୦ କଡା ନିୟମ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଆକ୍ସନ ମୁଡରେ ରହିଛି । ଏବେ ବିସିସିଆଇ ଖେଳାଳିମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଏବଂ କ୍ରୀଡା ମନୋନିବେଶ ନିମନ୍ତେ ୧୦ କଠୋର ନିୟମ ଲାଗୁ କରିଛି । ଆସନ୍ତୁ ନଜର ପକାଇବା ଏହି ନିୟମଗୁଡିକ ଉପରେ.. ।
୧.ଘରୋଇ କ୍ରିକେଟ ବାଧ୍ୟତାମୂଳକ: ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ଏବେ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ ରହିବ । ଏହା ଦ୍ୱାରା ସିନିୟର ଓ ଜୁନିୟର ଖେଳାଳିମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ଘରୋଇ କ୍ରିକେଟ ନ ଖେଳିବା ପାଇଁ ଚୟନକିମିଟି ନିକଟରୁ ଅନୁମତି ନେବାକୁ ପଡିବ ।

୨.ପରିବାର ସହିତ ଯାଇପାରିବେନି: ପ୍ରତ୍ୟେକ ଖେଳାଳି ଟିମ ସହିତ ଯାତ୍ରା କରିବ । ପୂର୍ବରୁ ପରିବାର ସହିତ ଖେଳାଳିମାନେ ଯାଉଥିଲେ । ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୩.ଅଧିକ ସାମଗ୍ରୀ ନେଇପାରିବେନି: ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ଜଣେ ଖେଳାଳି ନେଇପାରିବ ନାହିଁ । ନିର୍ଦ୍ଧାରିତ ଓଜନଠାରୁ ଅଧିକ ସାମଗ୍ରୀ ନେଲେ ଏଥିପାଇଁ ବିସିସିଆଇ ଦେୟ ପୈଠ କରିବା ନାହିଁ ।
୪. ସେଂଟର ଅଫ ଏକ୍ସିଲେନ୍ସ ବେଙ୍ଗାଲୁରକୁ ମନଇଚ୍ଛା ସାମ୍ରଗୀ ନେଇପାରିବେନି: ପ୍ରତ୍ୟେକ ଖେଳାଳି ସେଂଟର ଅଫ ଏକ୍ସିଲେନ୍ସ ବେଙ୍ଗାଲୁରକୁ ସାମଗ୍ରୀ ପଠାଇବା ପୂର୍ବରୁ ମ୍ୟାନେଜମେଂଟ ସହିତ ସମ୍ପର୍କ କରିବ । ଅତିରିକ୍ତ ସାମଗ୍ରୀ ପାଇଁ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ପୈଠ କରିବାକୁ ପଡିବ ।
୫.ବ୍ୟକ୍ତିଗତ ଷ୍ଟାଫ ମନା: ଖେଳାଳିମାନେ ଆଗକୁ ବ୍ୟକ୍ତିଗତ ଷ୍ଟାଫ ନେଇପାରିବେ ନାହିଁ । ଯଦି ନିହାତି ଆବଶ୍ୟକ ତେବେ ବିସିସିଆଇ ନିକଟରୁ ଅନୁମତି ନେବାକୁ ପଡିବ ।

୬. ଅଭ୍ୟାସ ସେଶନରେ ରହିବା ବାଧ୍ୟତାମୂଳକ: ପ୍ରତ୍ୟେକ ଖେଳାଳି ଅଭ୍ୟାସ ସେଶନରେ ରହିବା ବାଧ୍ୟତାମୂଳକ କରାଯାଇଛି । ସିରିଜ ଏବଂ ଟୁର୍ଣ୍ଣାମେଂଟ ଅବସରରେ ଗୋଟିଏ ଭେନ୍ୟୁରୁ ଅନ୍ୟ ଭେନ୍ୟୁକୁ ଟିମ ସହିତ ଯିବାକୁ ପଡିବ । ଏହା ଦ୍ୱାରା ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ।
୭.ବିଜ୍ଞାପନ ମନା: ସିରିଜ ଏବଂ ଅଲଗା ଅଲଗା ଗସ୍ତ ସମୟରେ କୌଣସି ଖେଳାଳି ବିଜ୍ଞାପନ କରିପାରିବେ ନାହିଁ । ଖାଲି ସମୟରେ କରିବା ଉପରେ କୌଣସି କଟକଣା ରହିନି ।
୮.ବିଦେଶ ଗସ୍ତରେ ପରିବାର ପାଇଁ ସୀମି୍ ସମୟ: ବିଦେଶ ଗସ୍ତରେ ଯଦି କୌଣସି କ୍ରିକେଟର ୪୫ ଦିନ ରହୁଛି ତେବେ ପରିବାର ସଦସ୍ୟଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ରହିବା ପାଇଁ ଅନୁମତି ମିଳିବ । ଏହି ସମୟ ମଧ୍ୟରେ ରହିବା ବ୍ୟତୀତ ଅନ୍ୟ ସମସ୍ତ ଖର୍ଚ୍ଚ ଖେଳାଳି ଉଠାଇବେ ।

୯. ଅଫିସିଆଲ ଶୁଟରେ ଯୋଗଦେବାକୁ ପଡିବ: ବିସିସିଆଇର ଅଫିସିଆଲ ଶୁଟ, ପ୍ରମୋଶନ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଖେଳାଳିଙ୍କୁ ଯୋଗଦେବାକୁ ପଡିବ । ଏହାଦ୍ୱାରା କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
୧୦. ସିରିଜ ଶେଷ ହେବା ପର୍ଯ୍ୟନ୍ତ ଖେଳାଳିଙ୍କୁ ରହିବାକୁ ପଡିବ: ସିରିଜ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଖେଳାଳିଙ୍କୁ ଟିମ ସହିତ ରହିବାକୁ ପଡିବ । ଆଗୁଆ କୌଣସି ଖେଳାଳିଙ୍କୁ ଫେରିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତେ ଏକତ୍ର ପ୍ରତ୍ୟାବର୍ତନ କରିବେ । ଯଦି କୌଣସି ଖେଳାଳି ବାରମ୍ବାର ନିୟମ ଭାଙ୍ଗିବ ତେବେ ଟୁର୍ଣ୍ଣାମେଂଟ, ସିରିଜ ଏବଂ ଆଇପିଏଲରୁ ବାହାର କରାଯିବ ।

Comments are closed.