Latest Odisha News

ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂପ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ବର୍ତ୍ତମାନ ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ତେବେ କହିରଖୁଛୁ ଯେ, ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ଏବଂ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ଧୂପ, ଝୁଣା, ବ୍ୟାଟେରୀଚାଳିତ ମେସିନ୍‌ ଓ ମଶା ମାରିବା ବ୍ୟାଟ୍‌ର ଆଦି ବ୍ୟବହାର କରିଥା’ନ୍ତି। କିନ୍ତୁ ମଶା ମାରୁଥିବା ଏହି ଧୂପ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୋଟେ ମଶାଧୂପ ୧୦୦ଟି ସିଗାରେଟ୍‌ଠାରୁ ବି ଅଧିକ କ୍ଷତିକାରକ। ମଶା ଧୂପରୁ ପାଖାପାଖି ୨.୫ ପିଏମ୍‌ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ମଶା ଧୂପରୁ ବାହାରୁଥିବା ଧୂଆଁରେ ପ୍ରତିଦିନ ରହିଲେ ଶ୍ୱାସ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି କୌଣସି ବ୍ୟକ୍ତି ମଶା ଧୂପରୁ ବାହାରୁଥିବା ଧୂଆଁରେ ଅଧିକ ସମୟ ରୁହନ୍ତି, ତେବେ ତାଙ୍କୁ ଆଜ୍‌ମା ହେବାର ଆଶଙ୍କା ଥାଏ। ମଶାଧୂପରୁ ବାହାରୁଥିବା କଡ଼ା ଧୂଆଁ ତ୍ୱଚା ଓ ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆଖିରେ ପୋଡ଼ାଜଳା ବି ହୋଇଥାଏ।

ଯେତେବେଳେ ମଶାଧୂପ ଜଳୁଥାଏ ସେତେବେଳେ ଏଥିରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ।

 

Comments are closed.