Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା । ଖୋଜାଖୋଜି ପରେ ବି ପୁଅ ମିଳି ନଥିଲା । ରାଗି ଯାଇ ପଳାଇଥିବା ପୁଅକୁ ନପାଇ ସାବତ ମାଆ ମେଲୋଡି ଦେଖି ପଳାଇଥିଲେ । ଆଉ ବୁଧବାର ସକାଳେ ସ୍କୁଲ୍ ପରିସର ଗଛ ମୂଳରୁ ମିଳିଥିଲା ରାହୁଲର ମୃତଦେହ ।

ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗାଁର ରାହୁଲ ମୃତ୍ୟୁକୁ ନେଇ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ କରୁଛି । ଏଯାଏ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା ବେଳେ ବାପା ଓ ସାବତ ମାଆ ରାହୁଲକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ମାମୁ । ପୋଲିସ ରାହୁଲର ବାପା ଓ ସାବତ ମାଆଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଛି । ତେବେ ରାହୁଲର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ତାହା ଏବେବି ସନ୍ଦେହ ଘେରରେ ଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ରାହୁଲର ମୃତ୍ୟୁ ନେଇ ଅଭୟଚାନ୍ଦପୁର ପୋଲିସ ଏକ ହତ୍ୟା ଓ ଆଉ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ସୂଚନା ଅନୁସାରେ ମକରା ବେହେରାଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ହେଉଛନ୍ତି ରାହୁଲ । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ମକରା, କୁନିଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

Leave A Reply

Your email address will not be published.