Latest Odisha News

BREAKING NEWS

ପ୍ଲାଷ୍ଟିକ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର: ବ୍ରହ୍ମପୁରକୁ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ଆଉ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମଶିନ(ଆର୍‌ଭିଏମ୍‌)ନାମକ ଏକ ସ୍ୱତନ୍ତ୍ର ମେସିନ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ, ପଲିଥିନ ଆଦି ପକାଇଲେ ବଦଳରେ ଏକ ରସିଦ ମିଳିବ । ସେହି ରିସଦକୁ ଦେଖାଇଲେ ନନ୍ଦନ ହୋଟେଲ୍‌ ଏବଂ ଅନଲାଇନ ଖାଦ୍ୟ ବିତରଣ କମ୍ପାନ ସ୍ୱିଗିରେ ରିହାତି ମିଳିବ।

ବ୍ରହ୍ମପୁର ମହାନଗର ନିଗମ ଜାଗା ପ୍ରଦାନ କରିଛି । ଏଚଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପରିବେଶ ଶିକ୍ଷା କେନ୍ଦ୍ର(ସିଇଇ)ତରଫରୁ ପରିଚାଳନା କରାଯିବ। ଗୁରୁବାର ଏହି ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତା ଦଳେଇ, ସମ୍ମାନିତ ଅତିଥି ଭାବେ ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପସଭାପତି ନୃସିଂହ ମିଶ୍ର, ଅନ୍ୟତମ ଅତିଥି ଭାବେ ଏନଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ଯୋଗଦେଇଥିଲେ ।

ସିଇଇର ବରିଷ୍ଠ ନିର୍ଦ୍ଦେଶକ ପ୍ରଭୋତ ସିଂ ସୋଧି ଆରଭିଏମ୍‌ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସଫେଇ ମିତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ବିଳାସପୁରରୁ ଆସିଥିବା କୁନିକୁନି ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସଂପର୍କିତ ନାଟକ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ସିଇଇର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.