Latest Odisha News

ଭାରତକୁ ଧମକ ଦେଲା ଆଇଏସକେ

ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଦେଶର କେତେକ ସ୍ଥାନରେ ଅଶାନ୍ତି ଉପୁଜିଥିଲା । ଏବେ ଏହି ଘଟଣାରେ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ ଭାରତରେ ବୋମା ବିସ୍ଫୋରଣ କରିବ ବୋଲି ଧମକ ଦେଇଛି । ଭିଡିଓ ନ୍ୟୁଜ ବୁଲେଟିନ ମାଧ୍ୟମରେ ସେମାନେ ଏହି ଧମକ ଦେଇଛନ୍ତି । ପୂର୍ବରୁ ଅଲକାଏଦା ମଧ୍ୟ ଏ ନେଇ ଧମକ ଦେଇଥିଲା । ନୁପୂରଙ୍କ ବୟାନ ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ତେବେ ବିରୋଧୀ ଏବଂ ମୁସଲିମ ସମର୍ଥକମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ଦେଶରେ ଅଶାନ୍ତି ସୃଷ୍ଟି କରିଥିଲେ ।

କେତେକ ମୁସଲିମ ଦେଶ ମଧ୍ୟ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ହିଂସା ନିୟନ୍ତ୍ରଣକୁ ଅସିବା ପରେ ଆତଙ୍କବାଦୀଙ୍କ ଧମକ ଭାରତ ଗୋଇନ୍ଦା ବିଭାଗକୁ ÷ଆଲର୍ଟ କରିଦେଇଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନ ଏବଂ ଆଇଏସକେ ମଧ୍ୟରେ ଦୀର୍ଘ ଦିନ ହେବ ସଂଘର୍ଷ ଜାରୀ ରହିଛି ।

Leave A Reply

Your email address will not be published.