Latest Odisha News

BREAKING NEWS

ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ପାଇଁ କ’ଣ କରାଯାଇଛି ବ୍ୟବସ୍ଥା

ପୁରୀ: ନୂଆବର୍ଷ ପାଇଁ ସବୁଠି ଉତ୍ସାହର ମାହୋଲ । କେଉଁଠି ନୂଆବର୍ଷକୁ ପାଳନ କରିବାକୁ ଲୋକେ କ୍ଲବ ଡିସ୍କୋରେ ଜିରୋ ନାଇଟ ସେଲିବ୍ରେସନ କରୁଛନ୍ତି ତ ଆଉ କେଉଁଠି ଠାକୁର ଦର୍ଶନ କରି ଲୋକେ ନୂଆବର୍ଷର ଆରମ୍ଭ କରୁଛନ୍ତି।

ତେବେ ଆପଣ ଯଦି ଉଭୟ ଜିରୋ ନାଇଟ ଓ ଠାକୁର ଦର୍ଶନର ମଜ୍ଜା ନେବାକୁ ଚାହୁଁଛନ୍ତି ତେବେ ଡେରି ନକରି ଯାଆନ୍ତୁ ପୁରୀ ।

ନୂଆବର୍ଷ ନିମନ୍ତେ ପ୍ରସ୍ତୁତ ପୁରୀ ସହର । ଐତିହ ସହର ପୁରୀର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିବା ନିମନ୍ତେ କାରିଗରଙ୍କା ଶେଷ ସ୍ପର୍ଶ ପୁରୀରେ ବାଜି ସାରିଛି ।

ତେବେ ଆପଣ ଯଦି ନୂଆବର୍ଷ ପାଳନ କରିବ ପାଇଁ ପୁରୀକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ପାଇଁ କେଉଁଠାରେ ହୋଇଛି କେଉଁ ପ୍ରକାର ବ୍ୟବସ୍ଥା ।

ଏଠାକାର ବିଭିନ୍ନ ହୋଟେଲ ମାନଙ୍କରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟଟକ ମାନେ ଏଥିରେ ସାମିଲ ହୋଇ ଭରପୁର ମଜା ଉଠାଉଛନ୍ତି। ଆପଣ ମଧ୍ୟ ଏଥିରେ ସାମିଲ ହୋଇ ଆପଣଙ୍କ ନୂଆବର୍ଷକୁ ରଙ୍ଗୀନ କରି ପାରିବେ ।

ଜିରୋ ନାଇଟ:

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପୁରୀରେ ଚାଳିତଥର ଜିରୋ ନାଇଟ୍ ସେଲିବ୍ରେସନ ହେଉଛି । ସମୁଦ୍ରକୂଳରେ ଥିବା ଅଧିକାଂଶ ହୋଟେଲର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ଠାକୁର ଦର୍ଶନ:

ନୂଆବର୍ଷର ନୂଆସକାଳକୁ ମହାପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କରିବା ଭାଗ୍ୟରେ ଥିଲେ ମିଳେ । ନୂଆବର୍ଷ ପାଇଁ ପୁରୀରେ ଏବେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ କୁ ଲକ୍ଷ୍ୟରେ ରଖି ପୁରୀରେ ସୁରକ୍ଷ ବ୍ୟବସ୍ଥା କଡାକଡି କରାଯାଇଛି । ନୂଆବର୍ଷ ପାଇଁ ଆଜି ରାତି ଗୋଟାଏରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ନୂଆ ବର୍ଷ ପାଇଁ କାଲି ଦିନତମାମ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ନୂଆବର୍ଷରେ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କୁ ନୂଆ ଅନୁଭବ ଦେବା ପାଇଁ। ଶ୍ରୀମନ୍ଦିର ଓ ସିଂହଦ୍ୱାର ଅଞ୍ଚଳକୁ ନୁଆକରି ସଜ୍ଜିତ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ରହିଥିବାରୁ ଏହା ଭକ୍ତଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.