Latest Odisha News

BREAKING NEWS

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି; ଜାଣନ୍ତୁ କେଉଁଠି କରିବେ ଗାଡି ପାର୍କିଂ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନୂଆବର୍ଷର ନୂଆ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପୁରୀରେ ଲାଗି ରହିବ।

ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଂହଦ୍ୱାରରେ ନୂଆ ବ୍ୟାରିକେଡ଼ ସହ ମାର୍କେଟ ଛକ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ଏସପି, ୧୦ ଜଣ ଅତିରିକ୍ତ ଏସପି ଓ ୨୫ ଜଣ ଡିଏସପି, ୨୬୦ ଜଣ ପୋଲିସ ଅଫିସର, ୮୦୦ କନେଷ୍ଟବଳ ଓ ମୁତୟନ କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍କେଟ ଛକ ନିକଟରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି ।୨ଟି ରି ଷ୍ଟାଣ୍ଡରେ ଗାଡି ପାର୍କିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଏହାସହ ନୁଃଶୁକ୍ଳ ଜୋତା, ମୋବାଇଲ ଷ୍ଟାଣ୍ତ ମଧ୍ୟ କରାଯାଇଛି। ଭକ୍ତମାନେ ମାର୍କେଟ ଛକରୁ ଚାଲି ଚାଲି ଆସି ସିଂହଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ।

ନୂଆବର୍ଷରୁ ନୂଆ ବ୍ୟାରିକେଡ଼ ଓ ସାମିଆନା ପ୍ରସ୍ତୁତ ହୋଇଥିବା ବେଳେ ସିଂହଦ୍ୱାର ଓ ବଡ଼ଦାଣ୍ତକୁ ରଙ୍ଗ ଓ ଫୁଲରେ ସଜ୍ଜିତ କରାଯାଇଛି।

Leave A Reply

Your email address will not be published.