Latest Odisha News

BREAKING NEWS

ଘରେ ଝଗଡା ହେଉଛି କି..ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ଭୁବନେଶ୍ବର: କିଛି କାରଣ ନଥାଇ ବି ଛୋଟଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଲାଗେ । ଏଭଳି କ୍ଷେତ୍ରରେ ବାସ୍ତୁଦୋଷ ଥାଇପାରେ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ..

-ଘରେ ପାଣି ଟ୍ୟାପ୍‌ରୁ ପାଣି ଲିକ୍‌ ହେଉନଥିବ । ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ କଲେ ଘରେ ଶାନ୍ତି ରହିଥାଏ ।

– ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ। ଘରେ ସୁଖଶାନ୍ତି ବି ବୃଦ୍ଧି ପାଇଥାଏ।

-ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ମଧ୍ୟ ଘରେ ଶାନ୍ତି ବଢେ ବୋଲି ବିଶ୍ୱାସ କରାଯାଏ।

-ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାନ୍ତୁ । ଏହାଦ୍ୱାରା ଘରେ ସକାରାତ୍ମକ ଊର୍ଜା ବଢିଥାଏ ଓ ସୁଖଶାନ୍ତି ବୃଦ୍ଧି ପାଇଥାଏ ।

– ଫର୍ଣ୍ଣିଚର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହିଗୁଡିକୁ ଘରେ ପକାଇବା ଶୁଭ ।

-ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇେ ଘର ପାଇଁ ଶୁଭ ।

-ଘରର ଉତ୍ତର ଦିଗରେ ଅଁଳା ଗଛ ଲଗାଇବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ଓ ସମ୍ପର୍କରେ ନିବିଡ଼ତା ଆସେ ।

 

Comments are closed.