ଭୁବନେଶ୍ବର: ଏପରି କିଛି ମୂର୍ତ୍ତି ରହିଛି ଯାହା ବାସ୍ତୁ ଅନୁଯାୟୀ ବହୁତ ଶୁଭ । ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ।
ଯେପରିକି ଘରର ଡ୍ରଇଂ ରୁମ୍ରେ ଯୋଡ଼ି ହଂସଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ। ଏଥିସହ ସ୍ବାମୀସ୍ତ୍ରୀଙ୍କ ଭିତରେ ବି ସମ୍ବନ୍ଧ ଦୃଢ଼ ହୋଇଥାଏ । ଘରର ପୂର୍ବ ଓ ଉତ୍ତର ଦିଗରେ କଇଁଛ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ । ଏହା ଧନ-ସମୃଦ୍ଧି ସହିତ ଘରର ଉନ୍ନତି ଆଣିଥା । ଏଥିସହ ପରିବାର ଲୋକଙ୍କ ଆୟୁଷ ବୃଦ୍ଧିରେ ସହାୟକ ହୋଇଥାଏ।
ପିତ୍ତଳ ଓ ରୂପାର ହାତୀମୂର୍ତ୍ତି ଘର ପାଇଁ ଶୁଭ ହୋଇଥାଏ। ଶୟନକକ୍ଷରେ ପିତ୍ତଳର ହାତୀମୂର୍ତ୍ତି ରଖିଲେ ପତ୍ନୀପତିଙ୍କ ମଧ୍ୟରେ ମତଭେଦ ଦୂରହୁଏ। ସେହିପରି ରୂପାର ହାତୀମୂର୍ତ୍ତି ରଖିଲେ ରାହୁ ସମ୍ବନ୍ଧୀୟ ଦୋଷ ଦୂର ହୋଇଥାଏ ।
ପିତ୍ତଳ କିମ୍ବା ରୂପାର ମାଛମୂର୍ତ୍ତିକୁ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭଦାୟକ। ମାଛର ମୂର୍ତ୍ତିକୁ ସୁସ୍ବାସ୍ଥ୍ୟ, ସୁଖସମୃଦ୍ଧି, ଧନ ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ।
ଘୋଡ଼ାମୂର୍ତ୍ତି ରଖିବା ଦ୍ୱାରା ବି ପତିପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୁଏ । ବ୍ୟବସାୟ ହେଉ ଅବା ଚାକିରି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ଘରୁ ନକାରାତ୍ମକ ଶକ୍ତିକୁ ହ୍ରାସ କରିଥାଏ ।
Comments are closed.