Latest Odisha News

କ’ଣ ଆପଣ କୋଷ୍ଠକାଠିନ୍ୟକୁ ନେଇ ସମସ୍ୟାରେ ଅଛନ୍ତି? ଜାଣନ୍ତୁ କିପରି ପାଇବେ ଆରାମ…

ଭୁବନେଶ୍ବର: କୋଷ୍ଠକାଠିନ୍ୟ କାରଣରୁ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅନେକ ଲୋକ ଏହି ସମସ୍ୟାରେ ଦୀର୍ଘ ସମୟ ଧରି ବହୁ ଅସୁବିଧା ଭୋଗ କରନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ପରିସ୍ଥିତିରେ କ’ଣ କରିବେ ଏବଂ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ । ଏହି ରୋଗରେ ଦୀର୍ଘ ସମୟ ଧରି ପୀଡିତ ହେବା ଦ୍ଵାରା ପାଚନ କ୍ରିୟାରେ ସମସ୍ୟା ଦେଖାଦେଇଥାଏ ।

କୋଷ୍ଠକାଠିନ୍ୟ ଯୋଗୁଁ, କେତେକ ସମୟରେ କିଡନୀରେ ମଧ୍ୟ ଯନ୍ତ୍ରଣା ହୁଏ । ଆଜିକାଲି ଏହି ସମସ୍ୟା ବୟସ୍କଙ୍କ ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କଠାରେ ଦେଖାଯାଉଛି । କୋଷ୍ଠକାଠିନ୍ୟ ଯୋଗୁଁ, ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୁଏ, ଯାହା ଦୂର କରିବା କଷ୍ଟକର ହୋଇଯାଏ । ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏ ବିଷୟରେ କ’ଣ କହୁଛନ୍ତି?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଜିର ସମୟରେ କୋଷ୍ଠକାଠିନ୍ୟ କେବଳ ବୟସ୍କ ଲୋକଙ୍କଠାରେ ନୁହେଁ ବରଂ ପିଲାମାନଙ୍କଠାରେ ମଧ୍ୟ ଦେଖାଯାଉଛି । ଅନେକ ସମୟରେ କୋଷ୍ଠକାଠିନ୍ୟରେ ପୀଡିତ ରୋଗୀଙ୍କୁ ବାରମ୍ବାର ବାଥରୁମ୍ ଯିବାକୁ ପଡ଼ିଥାଏ ଯାହା ଫଳରେ ସେମାନେ ଡାଇରିଆ ଏବଂ କୋଷ୍ଠକାଠିନ୍ୟ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି, ସେମାନଙ୍କର ଡାଇରିଆ ହୋଇଛି ନା କୋଷ୍ଠକାଠିନ୍ୟ । କେତେବେଳେ, କିଛି ଲୋକଙ୍କର ମଳ ବହୁତ ଟାଇଟ୍ ହୋଇଯାଏ ତ ଆଉ କେତେବେଳେ ରକ୍ତସ୍ରାବ ମଧ୍ୟ ଆରମ୍ଭ ହୁଏ ଏବଂ ଏହି କାରଣରୁ ପାଇଲ୍ସର ଆଶଙ୍କା ମଧ୍ୟ ବଢ଼ିଯାଏ ।

କୋଷ୍ଠକାଠିନ୍ୟର କାରଣ
୧. ମଧୁମେହ
୨. ହାଇପୋଥାଇରଏଡିଜ୍ମ
୩. ଗର୍ଭାବସ୍ଥା
୪. କୋଲୋରେକ୍ଟାଲ୍ କର୍କଟ
୫. ଅନ୍ତନଳୀରେ ବାଧା ଉପୁଯିବି

କୋଷ୍ଠକାଠିନ୍ୟ ନିବାରଣ କିପରି କରିବ
୧. ପ୍ରତିଦିନ ଆପଣଙ୍କ ଖାଦ୍ୟରେ ୨୦ ରୁ ୩୫ ଗ୍ରାମ ଫାଇବର ଯୁକ୍ତ ଖଦ୍ୟ ନିଅନ୍ତୁ ।
୨. ପନିପରିବା, ତାଜା ଫଳ, ଡାଲି ଜାତୀୟ ଖାଦ୍ୟ, ଓଟମିଲ୍ ଏବଂ ଦଲିଆ ଶସ୍ୟ ଖାଆନ୍ତୁ।
୩. ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଅନ୍ତୁ।
୪. ପ୍ରତିଦିନ ବ୍ୟାୟାମ କରନ୍ତୁ।
୫. ଚାପରୁ ଦୂରରେ ରୁହନ୍ତୁ ଏବଂ ପର୍ଯ୍ୟାପ୍ତ ନିଦ ନିଅନ୍ତୁ।
୬. ପ୍ରୋବାୟୋଟିକ୍ସ ଯୁକ୍ତ ଖାଦ୍ୟ ଯଥା ଦହି ଖାଆନ୍ତୁ।
୭. ମଦ୍ୟପାନ ଏବଂ କ୍ୟାଫିନ୍ ସେବନ କରିବାରୁ ଦୂରେଇ ରୁହନ୍ତୁ।

Comments are closed.