Latest Odisha News

BREAKING NEWS

ଘରର ଦକ୍ଷିଣ ଦିଗରେ ଏହିସବୁ ଜିନିଷ ରଖନ୍ତୁ ନାହିଁ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ । ଏଥିସହ ଦକ୍ଷିଣ ଦିଗ ଲାଲ ରଙ୍ଗ ସହିତ ଜଡିତ ତେଣୁ ଏହି ଦିଗରେ ଲାଲ ରଙ୍ଗର ଜିନିଷ ରଖିଲେ ଶୁଭ ଫଳାଫଳ ଦେଇଥାଏ । ତେବେ ଏପରି କିଛି ଜିନିଷ ରହିଛି ଦକ୍ଷିଣ ଦିଗରେ ରଖିଲେ ଘରେ ଅଶାନ୍ତି ଆସିଥାଏ ।

– ବାସ୍ତୁ ଅନୁସାରେ ଚପଲ କିମ୍ବା ଚପଲ ଥାକ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ , କାରଣ ଏହା ପିତୃପୁରୁଷଙ୍କ ଦିଗ । ଏହି ଦିଗରେ ଜୋତା ଚପଲ ରଖିଲେ ଘରେ ବିବାଦ ଦେଖାଦେଇଥାଏ ଏବଂ ଘରର ସୁଖଶାନ୍ତି ଚାଲିଯାଏ ।

-ଶୋଇବା ଘରରକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଓ ଶୋଇବା ଘରେ ଥିବା ଖଟ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଅନିଦ୍ରା ଜନିତ ରୋଗ ସୃଷ୍ଟି ହୋଇଥାଏ ଓ ସ୍ବାମୀସ୍ତ୍ରୀ ମଧ୍ୟରେ ଦୂରତା ଆସେ ।

-ପୂଜାଘରକୁ ଘରର ଦକ୍ଷିଣ ଦିଗରେ ରଖିଲେ ପୂଜାପାଠର ଫଳାଫଳ ପାଇବେ ନାହିଁ ।

-ଇଲେକ୍ଟ୍ରୋନିକ୍ ଜିନିଷ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ପରିବାର ମଧ୍ୟରେ କଳହ ଦେଖାଯାଏ ।

-ସେହିପରି ତୁଳସୀ ଗଛ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ।

Comments are closed.