ନୂଆଦିଲ୍ଲୀ: ରନ୍ଧନ ତେଲର ଅତ୍ୟଧିକ ବ୍ୟବହାର କର୍କଟ ରୋଗ ସୃଷ୍ଟି କରାଇପାରେ।
ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରନ୍ଧନ ତେଲ କର୍କଟ ରୋଗ ସୃଷ୍ଟି କରିପାରେ। ଏହି ଅନୁସନ୍ଧାନ ମେଡିକାଲ ଜର୍ଣ୍ଣାଲ ‘ଗୁଟ’ରେ ପ୍ରକାଶ ପାଇଛି। ଯେଉଁଥିରେ ସୂର୍ଯ୍ୟମୁଖୀ, ଅଙ୍ଗୁର ମଞ୍ଜି, କାନୋଲା ଏବଂ ମକା ମଞ୍ଜି ରହିଛି। ଏହି ମଞ୍ଜିରୁ ତିଆରି ତେଲର ଅତ୍ୟଧିକ ବ୍ୟବହାର କର୍କଟ ରୋଗର ଆଶଙ୍କା ବଢାଇପାରେ।
କୋଲୋନ୍ କର୍କଟରେ ପୀଡିତ ୮୦ ରୋଗୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ସେଥିରୁ ଜଣାପଡିଥିଲା ଯେ ଏହି ରୋଗୀମାନଙ୍କରେ ବାୟୋଆକ୍ଟିଭ୍ ଲିପିଡର ସ୍ତର ବୃଦ୍ଧି ପାଇଛି। ସିଡସ୍ ଅଏଲ ବ୍ରେକଡାଉନ ପରେ ଏହି ଲିପିଡଗୁଡିକ ଉତ୍ପନ୍ନ ହୁଏ। ଏହି ଗବେଷଣାରେ ୩୦ରୁ ୮୫ ବର୍ଷ ବୟସର ୮୧ଟି କର୍କଟ ଟ୍ୟୁମର ନମୁନା ଅଧ୍ୟୟନ କରାଯାଇଥିଲା। ସେଥିରୁ ଜଣାପଡିଥିଲା ଯେ ଏହି ଟ୍ୟୁମରରେ ଲିପିଡର ପରିମାଣ ବଢିବାର କାରଣ ହେଉଛି ସିଡସ୍ ଅଏଲ।
୧୯୦୦ ଦଶକର ପ୍ରାରମ୍ଭରେ ସାବୁନ୍ ନିର୍ମାତା ୱିଲିୟମ୍ ପ୍ରାକ୍ଟର ପଶୁ ଚର୍ବିର ବିକଳ୍ପ ଭାବରେ ସିଡସ୍ ଅଏଲ ବାହାର କରିଥିଲେ। ଯାହା ଖୁବ୍ ଶୀଘ୍ର ଆମେରିକୀୟମାନଙ୍କ ଖାଦ୍ୟର ଏକ ମୁଖ୍ୟ ଅଂଶ ପାଲଟିଗଲା।
ତେବେ ପୂର୍ବ ଅଧ୍ୟୟନରେ ଏହା ଜଣାପଡିଛି ଯେ ସିଡସ୍ ଅଏଲର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ସିଡସ୍ ଅଏଲରେ ଓମେଗା -୬ ଏବଂ ପଲିନସୁଚୁରେଟେଡ୍ ଫ୍ୟାଟି ଏସିଡ୍ ଥାଏ। ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ପ୍ରଦାହକୁ ବଢାଦେଇପାରେ, ଯାହା କର୍କଟ ରୋଗର ବିପଦକୁ ବଢାଇଥାଏ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିଛି।