Latest Odisha News

BREAKING NEWS

ହିଟଲର ମରି ନ ଥିଲେ, ଜର୍ମାନୀରୁ ଲୁଚି କରି ପଳାଇ ଯାଇଥିଲେ ଆର୍ଜେଂଟିନା !

ବୁଏନ୍ସ ଏରିସ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍ଫ ହିଟଲର ଯୁଦ୍ଧ ସମୟରେ ମରି ନ ଥିଲେ । ସେ ଏକ ନାଜି ଜାହଜରେ ଜର୍ମାନୀରୁ ଲୁଚି କରି ଆର୍ଜେଂଟିନା ପଳାଇ ଆସିଥିଲେ ବୋଲି ଗବେଷକମାନେ କହିଛନ୍ତି । ଏହା କହିବା ପଛର କାରଣ ହେଲା ନିକଟରେ ଆର୍ଜେଂଟିନାରେ ଏକ ନାଜି ବୁଡାଜାହଜ ମିଳିଛି । ଏହା ୨୬୦ ଫୁଟ ତଳୁ ମିସଙ୍ଗ ଲିଙ୍କ ରିସର୍ଚ୍ଚ ଗ୍ରୁପର ସଦସ୍ୟମାନେ ଖୋଜି ବାହାର କରିଛନ୍ତି । ହିଟଲର ଏହି ଠାରୁ ଆଉ ଏକ ନୂତନ ଜୀବନ ବଂଚିଥିଲେ କହିଲେ ଭୁଲ ହେବନି ବୋଲି ଗବେଷକମାନେ କହିଛନ୍ତି । ଆର୍ଜେଂଟିନା ନୌସେନା ପକ୍ଷରୁ ଏହି ଜାହଜର ଭଙ୍ଗା ଅଂଶ ବାହାରକୁ ଅଣାଯାଇ ଆହୁରି ଅଧିକ ଗବେଷଣା କରାଯାଉଛି । ଯୁଦ୍ଧରେ ହାରିବା ପରେ ହିଟଲର ଲୁଚି କରି ଏଠାକୁ ପଳାଇ ଆସିବା ପରେ ଉଦ୍ଦେଶ୍ୟମୂଳକ ଭାବେ ଜାହଜଟିକୁ ବୁଡାଇ ଦେଇଥିଲେ ।

ସୂଚନାଯୋଗ୍ୟ, ୧୯୪୫ରେ ହିଟଲର ବର୍ଲିନରେ ନିଜକୁ ଗୁଳି କରି ମାରିଥିଲେ ବୋଲି ଏ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ରହିଛି । ତାଙ୍କ ଶବ ମିଳି ନ ଥିବାରୁ ମନରେ ସନ୍ଦେହ ରହିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନାଜି ସେନା ୟୁରୋପ ଛାଡି କରି ପଳାଇ ଯାଇଥିଲେ । ସେ ସମୟର ଏହି ଘଟଣାକୁ ର‌୍ୟାଟଲାଇନ ବୋଲି କୁହାଯାଏ । ସେମାନେ ଏହା ପରେ ଲ୍ୟାଟିନ ଆମେରିକାରେ ଶରଣ ନେଇଥିଲେ ।

Leave A Reply

Your email address will not be published.