Latest Odisha News

BREAKING NEWS

ପାଇଲଟ ମୁଖ୍ୟମନ୍ତ୍ରୀ, ଗେହଲଟ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ଆସନ ପାଖରେ ରଖିବେ ବୋଲି ଅଶୋକ ଗେହଲଟ ଦୁଇ ଦିନ ତଳେ ପରୋକ୍ଷରେ ଏକ ବୟାନ ଦେଇଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସରେ ଗୋଟିଏ ବଡ଼ କନ୍ଦଳ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ଏବେ କିନ୍ତୁ ଏହି ସ୍ଥିତିରେ ସୁଧାର ଆସିଛି।

ଖବର ଅନୁଯାୟୀ ଗେହଲଟ ମୁଖ୍ୟମନ୍ତ୍ରୀ ଆସନ ଛାଡିବେ। ଏଥିପାଇଁ ସେ ରାଜି ହୋଇଛନ୍ତି । ଆଉ ସଚିନ ପାଇଲଟ ହିଁ ରାଜ୍ୟ ସରକାରର ମଙ୍ଗ ଧରିବେ ବୋଲି ଗାନ୍ଧୀ ପରିବାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଯଦିଓ ଗେହଲଟ ପାଇଲଟଙ୍କ ବଦଳରେ ବାଚସ୍ପତି ସି.ପି ଜୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ପ୍ରସ୍ତାବ ଦେଇଥିଲେ ହେଲେ ଗାନ୍ଧୀ ପରିବାର ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ଗେହଲଟ ରାହୁଲ ଉଭୟ ଦଳୀୟ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିପାରିବେ ବୋଲି ରାହୁଲଙ୍କୁ ବୁଝାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ରାହୁଲ ଏପରି ପ୍ରସ୍ତାବକୁ ଖାରଜ କରିଥିଲେ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜିଦ୍ ଧରିଥିବା ୧୦ ଜନପଥ ସୂତ୍ରରୁ ଜଣାପଡିଛି।

୨୦୧୮ରେ ଗେହଲଟ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସରେ ଅଣଦେଖା ହୋଇଥିବା କୁହାଯାଉଛି। ୨୦୨୩ ଡିସେମ୍ବରରେ ରାଜସ୍ଥାନ ବିଧାନସଭା ନିର୍ବାଚନ ରହିଛି ଏହା ପୂର୍ବରୁ ପାଇଲଟଙ୍କୁ ଅଣଦେଖା କରିବା ଦଳକୁ କ୍ଷତି ପହଞ୍ଚାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖୁଛନ୍ତି।

ସେହିପରି ଅଧ୍ୟକ୍ଷ ନିର୍ବାଚନରେ କେରଳର ସାଂସଦ ଶଶୀ ଥରୁର ମଧ୍ୟ ଭାଗ ନେବେ ବୋଲି ଜଣାପଡିଛି। ହେଲେ କଂଗ୍ରେସରେ ଅଶୋକ ଗେହଲୋଟଙ୍କ ପତିଆରାକୁ ଦେଖିଲେ ସେ ବିଜୟୀ ହେବେ ବୋଲି କୁହାଯାଉଛି। ତେଣୁ ଶଶୀ ଥରରୁଙ୍କୁ ଖୁସି କରାଇବାକୁ ଯାଇ ଦଳ ତାଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଉଭୟ ରାହୁଲ ଗାନ୍ଧୀ ବଂ ସୋନିଆ ଗାନ୍ଧୀ ମଧ୍ୟ ଅନୁମତି ଦେଇଥିବା ସୂଚନା ରହିଛି। ଶଶୀ ଥରରୁ ଜ-୨୩ ଗୋଷ୍ଠୀରେ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ଗାନ୍ଧୀ ପରିବାର ସହିତ ସୁସଂପର୍କ ରଖିବାରେ ସଫଳ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.