Latest Odisha News

BREAKING NEWS

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି ବେରିଆଙ୍କ ଏକ ମାତ୍ର ପୁଅ ଗୁଣ୍ଡୁ ।

BjdElectrycity

ଦାରିଦ୍ର୍ୟର ତାଡ଼ନା ଭିତରେ ବାପାମାଆ ପୁଅକୁ ଅନେକ ଡାକ୍ତରଙ୍କୁ ଦେଖାଇ ଅପରେସନ୍ ବି କରିଛନ୍ତି । ଅର୍ଥ ସିନା ଖର୍ଚ୍ଚ ହୋଇଛି କିନ୍ତୁ ଖୁସି ଫେରିନି । ଅପରେସନର ମାସ କେଇଟା ପରେ ମୁଣ୍ଡ ପୁଣି ପୂର୍ବ ଭଳି ବଢ଼ୁଛି । ଏବେ ଆଉ ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ ।

ଗୁଣ୍ଡୁର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଆଶ୍ରା କରିଛନ୍ତି ପରିବା ଲୋକ । ଗୁଣ୍ଡୁର ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ବେଳେ ପରିବାର ଆର୍ଥିକ ଅନଟନ ସହ ଯୁଝୁଛି । ଅନ୍ୟପଟେ ପରିବାର ଦୀର୍ଘ ୩୦ ବର୍ଷ ହେବ ତରିଆପଡ଼ାରେ ଚାଳ ଛପର କରି ରହୁଥିବା ବେଳେ ଜମି ପଟ୍ଟା ନଥିବାରୁ କୌଣସି ସରକାରୀ ଯୋଜନାର ସୁଫଳ ମିଳୁନି । ଏନେଇ ଆମଠୁ ଜାଣିବା ପରେ ଆର୍ଥିକ ସହାୟତା ସହ ଗୁଣ୍ଡୁର ଚିକିତ୍ସ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ ଓ ଜିଲ୍ଲାପାଳ ।

Leave A Reply

Your email address will not be published.