Latest Odisha News

BREAKING NEWS

ମେସିଙ୍କ ଗୋଲ ପହଞ୍ଚାଇଲା ଆର୍ଜେଣ୍ଟିନାକୁ ପ୍ରି-କ୍ୱାର୍ଟର୍ ଫାଇନାଲରେ !

ମସ୍କୋ : ଲାଗୁଥିଲା ଏଥର ଆର୍ଜେଣ୍ଟିନା ବିଶ୍ୱକପ ଆରମ୍ଭରୁ ହିଁ ବିଦାୟ ନେଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତିଯୋଗିତାରୁ ବାହାର ହୋଇଯିବାର ସମସ୍ତ ସମ୍ଭାବନା ରହିଥିଲା । କିନ୍ତୁ ନାଇଜେରିଆ ବିପକ୍ଷ ମ୍ୟାଚରେ ମେସିଙ୍କ ଗୋଲ ସହିତ ଆର୍ଜେଣ୍ଟିନା ୨-୧ରେ ବିଜୟୀ ହୋଇଛି । ଶେଷରେ କ୍ରୋଏସିଆ ପଛରେ ରହି ଗ୍ରୁପ ଡି’ରୁ ୨ୟ ଦଳ ଭାବେ ପ୍ରି-କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି ।

ଏହି ମ୍ୟାଚଟି ଆର୍ଜେଣ୍ଟିନା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଏହି ମ୍ୟାଚରେ ପରାଜିତ ହୋଇଥିଲେ ଆର୍ଜେଣ୍ଟିନା ବିଶ୍ୱକପରୁ ବିଦାୟ ନେଇଥାଆନ୍ତା । ତେବେ ୨-୧ ଗୋଲ ବ୍ୟବଧାନରେ ଜିତିପାରିଥିବା ଏହି ମ୍ୟାଚରେ ମେସି ହିଁ ଦଳ ପକ୍ଷରୁ ୧ମ ଗୋଲ ସ୍କୋର କରିପାରିଥିଲେ । ତେବେ ଆର୍ଜେଣ୍ଟିନା ଖେଳାଳି ରୋଜୋ ଅନ୍ୟଏକ ଗୋଲ ଦେବା ଫଳରେ ଆର୍ଜେଣ୍ଟିନାର ଜିତିବା ସହଜ ହୋଇପାରିଥିଲା ।

ତେବେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଆର୍ଜେଣ୍ଟିନା ଗ୍ରୁପ ସି ର ନଂ ୧ ଦଳ ଫ୍ରାନ୍ସକୁ ପ୍ରି-କ୍ୱାର୍ଟର ଫାଇନାଲରେ ଭେଟିବ ।

Leave A Reply

Your email address will not be published.