Latest Odisha News

BREAKING NEWS

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସହିତ କରିବାନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଏକାସାଙ୍ଗରେ ନିର୍ବାଚନ କରିବାର ମତ ଚିଠି ମାଧ୍ୟମରେ ମତ ଲୋଡ଼ିଥିଲେ । ତେବେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇଁ ହଁ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀରେ ଆସନ୍ତା ଜୁଲାଇ ୭ ଓ ୮ ତାରିଖରେ ଲ’ କମିଶନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ମତ ଲୋଡ଼ାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ପାଇଲାକ୍ଷଣି ହିଁ ଚିଠିର ଉତ୍ତରରେ ହଁ ମାରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ନିର୍ବାଚନକୁ ସମର୍ଥନ କରି ପ୍ରତି ଉତ୍ତର ମଧ୍ୟ ଦେଇଛନ୍ତି । ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିବାକୁ ହିଁ ଆମେ ନିର୍ବାଚିତ ହୋଇଛୁ । ସାରାବର୍ଷ ନିର୍ବାଚନ ହେଉଥିଲେ ଜନସାଧାରଣଙ୍କ ବାଧା ଉପୁଜୁଛି । ତେଣୁ ଏକାସାଙ୍ଗରେ ନିର୍ବାଚନ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଆମ୍ଭେ ସମର୍ଥନ କରୁଅଛୁ ।”

ସୂଚନାଯୋଗ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସହିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାବି ହେଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମେ ଏହି ପ୍ରସ୍ତାବକୁ ହଁ ମାରିବା ନେଇ ସବୁ ମହଲରୁ ସମର୍ଥନ କରାଯାଇଛି ।

Leave A Reply

Your email address will not be published.