Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ମ୍ୟାଚ ବରାବର କରି ଡେନମାର୍କ ଓ ଫ୍ରାନ୍ସ ପହଞ୍ଚିଲେ ପ୍ରି-କ୍ୱାର୍ଟର୍ ଫାଇନାଲରେ

ମସ୍କୋ : ବିଶ୍ୱକପ ଏବେ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ସବୁ ଦଳ ଏବେ କର ବା ମର ପରିସ୍ଥିତିରେ ପ୍ରତ୍ୟେକ ମ୍ୟାଚ୍ ଖେଳୁଛନ୍ତି । ଏବେ ପ୍ରତିଟି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଦଳ ପ୍ରି-କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଡ଼େନମାର୍କ ଓ ଶକ୍ତିଶାଳୀ ଫ୍ରାନ୍ସ ନିଜ ନିଜ ମ୍ୟାଚ ଜିତି ପ୍ରି-କ୍ୱାର୍ଟର୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଗ୍ରୁପ ସିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡ଼େନମାର୍କ ଓ ଫ୍ରାନ୍ସ କଡ୍ଡା ଟକ୍କର୍ ହୋଇଥିଲା । ଏହି ମ୍ୟାଚରେ କେହି କାହାରିକୁ ଗୋଲ ନଦେଇ ପାରିବା ଫଳରେ ମ୍ୟାଚ ଡ୍ର’ ରେ ସମାପ୍ତ ହୋଇଥିଲା । ଫ୍ରାନ୍ସ ୭ ପଏଣ୍ଟ ସହିତ ଗ୍ରୁପ ଶୀର୍ଷରେ ରହିଥିବା ବେଳେ ୫ ପଏଣ୍ଟ ହାସଲ କରି ଗ୍ରୁପରୁ ୨ୟ ଦଳ ଭାବେ ଡ଼େନମାର୍କ ପ୍ରି-କ୍ୱାର୍ଟର ଫାଇନାଲ ଖେଳିବ ।

ଅନୁଷ୍ଠିତ ହୋଇଥିବା ୨ୟ ମ୍ୟାଚରେ ପେରୁ ଦଳ ଅଷ୍ଟ୍ରେଲିଆକୁ ୨-୦ ଗୋଲରେ ପରାସ୍ତ କରିପାରିଛି । କିନ୍ତୁ ଉଭୟ ଦଳ କମ୍ ପଏଣ୍ଟ ହାସଲ କରିଥିବା ଯୋଗୁଁ ବିଶ୍ୱକପରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.