Latest Odisha News

BREAKING NEWS

କରୋନା କବଳରେ ସିଙ୍ଗର୍ ଅରିଜିତ୍ ସିଂ, ଅଭିନେତ୍ରୀ ନଫିସା ଅଲ୍ଲି ଓ ମାନବୀ ଗାଗ୍‌ରୁ

ମୁମ୍ବାଇ: କରୋନା ସଂକ୍ରମଣ ଜାଲରେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ସେଲିବ୍ରିଟି । ତାଜା ରିପୋର୍ଟ ଅନୁଯାୟୀ ସିଙ୍ଗର ଅରିଜିତ ସିଂ, ବରିଷ୍ଠ ଅଭିନେତ୍ରୀ ନଫିସା ଅଲ୍ଲି ଓ ଫୋର୍ ମୋର୍ ସଟ୍ସ ଫେମ୍ ଅଭିନେତ୍ରୀ ମାନବୀ ଗାଗରୁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

ନଫିସା ଅଲ୍ଲିଙ୍କୁ ପୂର୍ବରୁ ଦର୍ଶକ ମେଜର୍ ସାହାବ, ଲାଇଫ୍ ଇନ୍ ଏ ମେଟ୍ରୋ, ୟମ୍‌ଲା ପଗ୍‌ଲା ଦିୱାନା ଓ ସାହେବ ବିୱି ଔର୍ ଗ୍ୟାଙ୍ଗଷ୍ଟର୍‌-୩ ଭଳି ଫିଲ୍ମରେ ଦେଖିବାକୁ ପାଇଥିଲେ । କରୋନାରେ ସଂକ୍ରମିତ ନଫିସା ଗୋଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Nafisa Ali Sodhi (@nafisaalisodhi)

ସେହିଭଳି ବଲିଉଡର ଜଣାଶୁଣା ସିଙ୍ଗର ଅରଜିତ୍ ସିଂ ଓ ତାଙ୍କ ସ୍ତ୍ରୀ କୋଏଲ ରୟଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ଏ ନେଇ ଖୋଦ ଅରିିଜିତ ଏକ ଫେସବୁକ୍ ପୋଷ୍ଟ ଜରିଆରେ ନିଜ ଅଗଣିତ ପ୍ୟାନମାନଙ୍କୁ ଜଣାଇଛନ୍ତି । ଅନ୍ୟପଟେ ଅଭିନେତ୍ରୀ ଗାଗ୍‌ରୁ ମଧ୍ୟ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ନିଜ କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଥିବା ନେଇ ପ୍ରକାଶ କରିଥିଲେ । ନିକଟରେ ଫିଲ୍ମ ମେକର ମଧୁର ଭଣ୍ଡାରକର ମଧ୍ୟ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.