Latest Odisha News

BREAKING NEWS

ସୋସିଆଲ ମିଡିଆରୁ ବ୍ରେକ୍‌ ନେଲେ ଅଜୁର୍ନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର କିଛି ସମୟ ପାଇଁ ଡିଜିଟାଲ ମିଡିଆରୁ ବ୍ରେକ୍‌ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଦିନ ଅର୍ଜୁନ ଇନଷ୍ଟାଗ୍ରାମରେ ଏ ନେଇ ଏକ ନୋଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖାଥିଲା, “ଅଦୃଶ୍ୟ ହେବାର ସମୟ।” ସୋସିଆଲ ମିଡିଆରୁ ବିରତୀ ନେବା ସମ୍ପର୍କରେ ଅର୍ଜୁନ ଏଥିରେ ଉଲ୍ଲେଖ କରିଛନ୍ତି।

ଏହାପୂର୍ବରୁ ଅର୍ଜୁନ ସୋସିଆଲ ମିଡିଆରେ ତାଙ୍କ ମାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ। ସେ ଏହି ପୋଷ୍ଟର କ୍ୟାପସନ୍ ଦେଇଥିଲେ ଯେ, “ମା ମୁଁ ତୁମକୁ ଭଲପାଏ। ମୁଁ ତୁମକୁ ବହୁତ ମିସ୍ କରେ।

ତେବେ ଏକ ବିଶେଷ ସୂତ୍ର ଅନୁଯାୟୀ ଅର୍ଜୁନ ‘ଏକ ଭିଲେନ୍ ରିଟର୍ନସ୍’ ସୁଟ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଛନ୍ତି। ସେ ବର୍ତ୍ତମାନ ଏକ ଭିଲେନ୍ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂ କରୁଛନ୍ତି ଏବଂ ସେ ଏହି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପିବାକୁ ଚାହୁଁଛନ୍ତି ଯେଉଁଥିପାଇଁ ସେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରୁ ବିରତୀ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.