Latest Odisha News

ଇଣ୍ଡିଆନ ଓପନ ବ୍ୟାଡମିଂଟନ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି

ଭୁବନେଶ୍ୱର: ଇଣ୍ଡିଆନ ଓପନ ବ୍ୟାଡମିଂଟନରେ ଟାଇଟଲ ଜିତି ଇତିହାସ ରଚିଛନ୍ତି ଭାରତର ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ୱିକସାଇରାଜ ରାନକିରେଡ୍ଡୀ । ପ୍ରଥମ ଭାରତୀୟ ଡବଲ୍ସ ଯୋଡି ଭାବେ ସେମାନେ ଇଣ୍ଡିଆନ ଓପନରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସାତ୍ୱିକ-ଚିରାଗ ୩ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଇଣ୍ଡୋନେସିଆର ମହମ୍ମଦ ଅହସାନ ଓ ହେଣ୍ଡ୍ରା ସୋତିୟାୱାନଙ୍କୁ ୨୧-୧୬ ଓ ୨୬-୨୪ ସିଧାସଳଖ ସେଟରେ ପରାସ୍ତ କରିଥିଲେ ।

BjdElectrycity

ମ୍ୟାଚରେ ବିଜୟ ହାସଲ କରିବା ପାଇଁ ସେମାନେ ମାତ୍ର ୪୩ ମିନିଟ ସମୟ ନେଇଥିଲେ । ପ୍ରଥମ ସେଟକୁ ସହଜରେ ଜିତିଥିଲେ ମଧ୍ୟ ଦ୍ୱିତୀୟ ସେଟରେ ଇଣ୍ଡୋନେସିଆ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶେଷରେ ବାଜି ମାରିଥିଲେ ଭାରତୀୟ ଯୋଡି ।

Comments are closed, but trackbacks and pingbacks are open.