ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅଭିନୟ ଯୋଗୁ ଅର୍ଜୁନ ରାମନାଲ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଇତି ମଧ୍ୟରେ ଅର୍ଜୁନ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ଗେବ୍ରିଆଲା ଡେମୋଟ୍ରଏଡେସଙ୍କ ସହ ନିର୍ବନ୍ଧ କରିଛନ୍ତି । ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣାପଡିଛି । ଅର୍ଜୁନଙ୍କଠାରୁ ଗେବ୍ରିଆଲା ୧୩ ବର୍ଷ ସାନ । ରିୟା ଚକ୍ରବର୍ତିଙ୍କ ପୋଡକାଷ୍ଟରେ ଉଭୟ ଯୋଗ ଦେଇଥିଲେ । ସେଠାରେ ସେମାନେ ତାଙ୍କ ସମ୍ପର୍କ ନେଇ ଖୁଲାସା କରିଥିଲେ । ରିୟାଙ୍କୁ ଅର୍ଜୁନ ନିର୍ବନ୍ଧ କଥା କହିବା ମାତ୍ରେ ସେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ।
୧୯୯୮ରେ ଅର୍ଜୁନ ମଡେଲ ମେହେର ଜେସିୟାଙ୍କୁ ବିବାହ କରିଥିଲେ । ଦୀର୍ଘ ଦିନ ଧରି ଏକତ୍ର ରହିବା ପରେ ପରସ୍ପରଠାରୁ ଅଲଗା ହୋଇଥିଲେ । ମାହିକା ଓ ମାୟାରା ନାମରେ ସେମାନଙ୍କ ଦୁଇଟି ସନ୍ତାନ ଅଛନ୍ତି । ମାହିକାଙ୍କଠାରୁ ଅଲଗା ହେବା ପରେ ୨୦୧୯ରେ ସେ ଗେବ୍ରିୟାଲାଙ୍କ ସହ ପ୍ରେମସମ୍ପର୍କକୁ ସ୍ୱୀକାର କରିଥିଲେ । ଏହା ମଧ୍ୟରେ ଗ୍ରେବ୍ରିୟାଲା ଏରିକ ଓ ଏରିଭ ପୁତ୍ରର ମାଆ ମଧ୍ୟ ହୋଇଥିଲେ । ଏବେ ଉଭୟ ବିବାହ କରିବାକୁ ଯାଉଛନ୍ତି ।