Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ କରି ମ୍ୟାଚ୍ ଖେଳିବ । ଏ ନେଇ ସୋସିଆଲ୍ ମିଡିଆରେ ଗାଢ ନୀଳ ରଙ୍ଗ ଜର୍ସିର ଫଟୋ ବି ଭାଇରାଲ୍ ହେବାରେ ଲାଗିଛି ।

ଆଜି ଭାରତୀୟ ଦଳ ସ୍ୱତନ୍ତ୍ର ପିପିଇ କିଟ୍ ଓ ମାସ୍କ ପିନ୍ଧି ଅଷ୍ଟ୍ରେଲିଆରେ ପହଂଚିଛି । ତେବେ ନଭେମ୍ବର ୨୭ରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ସିଡନୀରେ କ୍ୱାରେଣ୍ଟାଇନରେ ରହିବ । ଅନ୍ୟପଟେ ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି ଇଣ୍ଟରନେଟରେ ଘୁରି ବୁଲୁଥିବାବେଳେ ଏହା କେତେଦୂର ସତ, ତାହା ଏବେ ବି ଅସ୍ପଷ୍ଟ ।

୧୯୯୨ରେ ଭାରତୀୟ କ୍ରିକେଟ ଦଳ ପିନ୍ଧିଥିବା ଜର୍ସି ସହ ଏହି ନୂଆ ଜର୍ସିର ବହୁ ସାମଂଜସ୍ୟ ରହିଛି । ତେବେ ପୂର୍ବରୁ ଭାରତୀୟ ଦଳର ଜର୍ସି ନାଇକି ପ୍ରଦାନ କରୁଥିଲାବେଳେ ଚଳିତବର୍ଷ ଏମ୍‌ପିଏଲ୍ ସ୍ପୋର୍ଟସ୍ ସ୍ପୋନ୍ସର୍ କରିବ ।

Leave A Reply

Your email address will not be published.