Latest Odisha News

BREAKING NEWS

ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡା ପୁରସ୍କାର ଘୋଷଣା ହୋଇଛି ।

ଚଳିତ ବର୍ଷ ୫ ଜଣ କ୍ରୀଡାବିତଙ୍କୁ କ୍‌ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଖେଳରତ୍ନ ପୁରସ୍କାର ମିଳିବ । ଅନ୍ୟ ପକ୍ଷରେ ଜୂତୀଙ୍କ ସମେତ ୨୭ ଜଣ ପାଇବେ ଅର୍ଜୁନ ପୁରସ୍କାର ଓ ୫ଜଣଙ୍କୁ ମିଳିବ ଧ୍ୟାନଚାନ୍ଦ ପୁରସ୍କାର । କ୍ରିକେଟର ରୋହିତ ଶର୍ମା, ପାରା ଆଥଲେଟ୍ ମାରିୟପ୍ପାନ ଥାଙ୍ଗାଭେଲୁ, ଟେବୁଲ ଟେନିସ୍ ଖେଳାଳି ମନିିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାଣୀ ରାମ୍ପପଲଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ।

ଅର୍ଜୁନ ପୁରସ୍କାର ପାଇବାକୁ ଥିବା ୨୭ ଜଣଙ୍କ ମଧ୍ୟରେ ଆଥଲେଟ୍ ଦୂତୀ ଚାନ୍ଦ, କ୍ରିକେଟର ଇଶାନ୍ତ ଶର୍ମା, ହକିରେ ଆକାଶ ଦୀପ ସିଂହ, ବ୍ୟାଡମିଣ୍ଟନରେ ସାତ୍ତ୍ୱିକ ସାଇରାଜ, ଚିରାଗ ଚନ୍ଦ୍ରେଶଖର ପ୍ରମୁଖ ଅଛନ୍ତି ।

Leave A Reply

Your email address will not be published.