ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ଦିନ ବଲିଉଡ୍ ଅଭିନେତା ଅରମାନ କୋହଲିଙ୍କ ଜୁହୁସ୍ଥିତ ବାସଭବନରେ ଚଢାଉ ପରେ ଅରମାନଙ୍କୁ ଅଟକ ରଖି ତାଙ୍କୁ ଜେରା କରିଥିଲା। ସେଠାରୁ କିଛି ପରିମାଣର କୋକେନ ଜବତ କରିଥିଲା।
ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କୁ ଆଜି ଏନ୍ସିବି ଆନଷ୍ଠାନିକ ଭାବେ ଗିରଫ କରିଛି। ଆଜି ଅରମାନ କୋର୍ଟରେ ହାଜର କରାଯିବ। ରିପୋର୍ଟ ଅନୁଯାୟୀ “ଅରମାନ କୋହଲି ଏବଂ ଡ୍ରଗ୍ ବେପାରୀ ଅଜୟ ରାଜୁ ସିଂଙ୍କୁ ଏନଡିପିଏସ୍ ଧାରା ୨୧ (ଏ), ୨୭ (ଏ), ୨୮, ୨୯, ୩୦, ଏବଂ ୩୫ ଅନୁଯାୟୀ ଗିରଫ କରାଯାଇଛି।
ଏନସିବିର ଜୋନାଲ ନିର୍ଦ୍ଦେଶକ (ମୁମ୍ବାଇ) ସମୀର ୱାଙ୍ଖଡୋ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଚଢାଉ ପରେ ଅଭିନେତା ଅରମାନ କୋହଲି ଏନସିବି ଦେଇଥିବା ପ୍ରଶ୍ନର ଅସ୍ପଷ୍ଟ ଉତ୍ତର ଦେଇଛନ୍ତି। ପରେ ତାଙ୍କୁ ଏନସିବି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।
ଗତକାଲି ଏନସିବି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିବା ପରେ କୋହଲିଙ୍କ ବାସଭବନରେ ଏହି ଚଢାଉ ହୋଇଥିଲା।
Comments are closed.