ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସୈନ୍ୟବାହିନୀଙ୍କ ସମ୍ମାନାର୍ଥେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ଦେଶର ସୀମା ସୁରକ୍ଷିତ କରିବାରେ ସର୍ବଦା ବ୍ୟସ୍ତ ଥିବା ସୈନ୍ୟବାହିନୀଙ୍କ ସମ୍ମାନାର୍ଥେ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଦେଶର ବହୁ ବରିଷ୍ଠ ନେତା ଏହି ଅବସରରେ ସେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ‘ସଶସ୍ତ୍ର ବାହିନୀ ପତାକା ଦିବସ ହେଉଛି ଆମର ସୈନ୍ୟବାହିନୀ ଏବଂ ସେମାନଙ୍କ ପରିବାରକୁ ସମ୍ମାନ ଜଣାଇବାର ଦିନ। ଦେଶ ଏହାର ଯବାନଙ୍କ ସେବା ଏବଂ ବଳିଦାନ ପାଇଁ ଗର୍ବିତ। ଏହି ଦିନ ସେନାଙ୍କ ପାଇଁ ଯୋଗଦାନ କରନ୍ତୁ ଏହା ସେନା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଉତ୍ତୋଳନ କରୁଥିବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।
Comments are closed.