Latest Odisha News

BREAKING NEWS

ପରୀ ପାଇଁ ନ୍ୟାୟ ଦାବି: ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ନୟାଗଡ଼ର ନାବାଳିକ ହତ୍ୟା ମାମଲାରେ ଥମୁନି ରାଜନୀତି । ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ରାଜଭବନ ଆଗରେ ଧାରଣା ଦିଆଯାଇଛି । ଅଭିଯୁକ୍ତଙ୍କ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି କରିଛି ବିଜେପି ।

ଧାରଣାରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଓ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଧାରଣାରେ ବସିଛନ୍ତି । ପରୀ ହତ୍ୟା ଅଭିଯୋଗ ମାମଲାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏସଆଇଟି ତଦନ୍ତ କରୁଛି । ବିଜେପି ସିବିଆଇ ତଦନ୍ତ ଦାବି କରୁଛି ।

Leave A Reply

Your email address will not be published.