ନୂଆଦିଲ୍ଲୀ: ବାଜିଲା କି ଯୁଦ୍ଧ ବିଗୁଲ୍? କାରଣ ସେପଟେ ପାକିସ୍ତାନ ଭାରତ ଉପରେ ଗୁଳିବର୍ଷା ଜାରି ରଖିଥିବା ବେଳେ ଏବେ ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଛି। ପାକିସ୍ତାନର ବାୟୁ ପ୍ରତିରକ୍ଷା ୟୁନିଟ୍ କ୍ଷତିଗ୍ରସ୍ତ କରିଛି ଭାରତ।
ଭାରତ ପାକିସ୍ତାନ ଏବଂ ପିଓକେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଦିନକ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାରକୁ ଟାର୍ଗେଟ କରିଛି। ସିନ୍ଦୁର ଅପରେସନର ଜବାବରେ ଇସଲାମାବାଦ ଭାରତରେ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ଆଜି ଲାହୋରରେ ଏୟାର ଡିଫେନସ ସିଷ୍ଟମକୁ ନଷ୍ଟ କରିଦେଇଛି। ଏଥିସହିତ ଚୀନ୍ ଦ୍ୱାରା ବିକଶିତ HQ-9 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ୟୁନିଟ୍ ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରିଛି ଭାରତ।
ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତର ୧୫ ସହର ଉପରକୁ ମିସାଇଲ ମାଡ଼ କରିବାକୁ ଚେଷ୍ଟା କରିଥିବା ବେଳେ ଏହାକୁ ପଣ୍ଡା ହଟିଥିଲା ଭାରତୀୟ ସେନା । ଆଉ ଏହାର କଡ଼ା ଜବାବ ବି ଦେଇଛି ଭାରତୀୟ ସେନା। ଭାରତର s-400 ମିସାଇଲ ବା ସୁଦର୍ଶନ ଚକ୍ର ପାକିସ୍ତାନ ଉପରେ ଛାଡ଼ିଛି। ଫଳରେ ଆକାଶରେ ହି ମାଟି ହାମୁଡ଼ିଥିଲା ପାକିସ୍ତାନ। ଏଥିସହିତ ଭାରତ କଡ଼ା ଜବାବରେ ଲାହୋର ଏବଂ ଅନ୍ୟ ୯ଟି ସହରରେ ଅନେକ ବିସ୍ଫୋରଣ ସୁନଜିବ ସହିତ ଚୀନ ନିର୍ମିତ HQ-9 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ୟୁନିଟ୍ ଏଥିରେ ପ୍ରଭାବିତ ହୋଇଛି। ଯାହା ପ୍ରଭାବଶାଳୀ ଭାବରେ ଲାହୋରରେ ପାକିସ୍ତାନୀ ସେନାକୁ ପ୍ରତିରକ୍ଷାହୀନ କରିଦେଇଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ‘ଅପରେସନ ସିନ୍ଦୁର’ରେ ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଲାହୋରରେ, ୱାଲଟନ୍ ବିମାନବନ୍ଦର ନିକଟରେ ଜୋରରେ ବିସ୍ଫୋରଣର ଶବ୍ଦ ଶୁଣାଯିବାରୁ ସାଇରନ୍ ବାଜିଲା ଏବଂ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଲେ। ଲାହୋର କ୍ୟାଣ୍ଟନମେଣ୍ଟକୁ ଯାଉଥିବା ୱାଲଟନ୍ ରୋଡରେ ଡ୍ରୋନ୍ ଆକ୍ରମଣ ପରେ ଲାହୋରରେ ଘୋର ଭୟାବହତା ଜାରି ରହିଛି। ଏହି ଅଞ୍ଚଳ ଲାହୋରର ପୋଶ୍ କେନ୍ଦ୍ରୀୟ ବ୍ୟବସାୟ ଜିଲ୍ଲା ଏବଂ ଲାହୋର ସେନା କ୍ୟାଣ୍ଟନମେଣ୍ଟକୁ ସଂଲଗ୍ନ କରେ। ସ୍ଥାନୀୟ ରିପୋର୍ଟରେ କୁହାଯାଇଛି ଯେ ସିଆଲକୋଟ, କରାଚୀ ଏବଂ ଲାହୋର ବିମାନବନ୍ଦରରେ ବିମାନ ଚଳାଚଳ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ନାଗରିକ ଭିତ୍ତିଭୂମିର କ୍ଷତିର ରିପୋର୍ଟ ମିଳିନାହିଁ।
ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିବୃତି ଅନୁଯାୟୀ, ପାକିସ୍ତାନ ପ୍ରଥମେ ଭାରତର ୧୫ ସହର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହର ଯଥା, ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜକୁ ଟାର୍ଗେଟ୍ କରିଥିଲା।
ପାକିସ୍ତାନ ଡ୍ରୋନ ଓ ମିଜାଇଲ୍ ଜରିଆରେ ଟାର୍ଗେଟ୍ କରିଥିବା ବେଳେ ଏହାକୁ ପଦ କରିଥିଲା ଭାରତୀୟ ସେନା। ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଜବାବରେ ବାୟୁସେନା ପକ୍ଷରୁ S-400 ସୁଦର୍ଶନ ଚକ୍ର ଏୟାର ମିଜାଇଲ ପାକିସ୍ତାନର ସବୁ ଡ୍ରୋନ୍ ଓ ମିଜାଇଲ୍ ଧ୍ବଂସ କରିଥିଲା। ଯାହାର ଜବାବରେ ଲାହୋର ମିସାଇଲ ମାଡ଼ କରୁଛି ଭାରତ ବୋଲି ସ୍ପଷ୍ଟ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ।
ସେପଟେ ପାକିସ୍ତାନୀ ସେନା ପୁଞ୍ଚ-ରାଜୌରୀ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାଖରେ ଥିବା ସାଧାରଣ ଜନତାଙ୍କୁ ଟାର୍ଗେଟ କରି ତୋପ ଗୁଳି ଚଳାଇଥିଲା, ଯେଉଁଥିରେ ୧୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Comments are closed.