Latest Odisha News

BREAKING NEWS

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା, ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରାନ୍ତ

ୟେରେଭାନ୍‌: ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ କରୋନା ସଂକ୍ରମିତ ଥିବା ସୋମବାର ଜଣାପଡିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କରୋନାର କୌଣସି ଲକ୍ଷଣ ନ ଥିବା ସତ୍ୱେ ନିକୋଲଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ନିକଟରେ ଏକ ବୈଠକରେ ଜଣେ ବ୍ୟକ୍ତି ତାଙ୍କୁ ବିନା ଗ୍ଲୋଭସରେ ପାଣି ଆଣି ଦେଇଥିଲା । ଉକ୍ତ ବ୍ୟକ୍ତିଙ୍କଠାରୁ ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ତେବେ ସେ ସୁସ୍ଥ ଅଛନ୍ତି ଏବଂ ଘରେ ରହି ଅଫିସ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସୋସିଆଲ ସାଇଟରେ ମଧ୍ୟ ନିକୋଲ କରୋନା ପଜିଟିଭ ଥିବା ଉଲ୍ଲେଖ କରିଛନ୍ତି । ଆର୍ମେନିଆରେ ଏବେ ୯ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.