Latest Odisha News

BREAKING NEWS

ଭାରତ-ଚୀନ ସୀମାରେ ୫୦୦୦ ସେନା ମୁତୟନ

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତି ବଢ଼ିବାରେ ଲାଗିଛି । ଚୀନ ସୀମରେ ଆବଶ୍ୟକଠାରୁ ଅଧିକ ସେନା ମୁତୟନ କରିଥିଲା । ଭାରତ ଏହାର କଡା ଜବାବ ଦେଇଛି । ୫୦୦୦ ସେନା ଚୀନ ଉପରେ ନଜର ରଖିବା ପାଇଁ ମୁତୟନ କରିଛି । ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଚୀନ ପଟୁ ଯେପରି କୌଣସି ପ୍ରକାର ଅନୁପ୍ରବେଶ ନ ହୁଏ ସେଥିପ୍ରତି ସେନାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମୁତାବକ ଚୀନ ସେନା ଭାରତୀୟ ସୀମା ଗଲୱାନ ଭ୍ୟାଲୀର ୩ କିମି ଭିତରକୁ ପ୍ରଥମେ ପ୍ରବେଶ କରିଥିଲା । ଭାରତର ସେନା ମୁତୟନ ପରେ ପଛକୁ ଘୁଂଚିବାକୁ ବାଧ୍ୟ ହୋଇଛି । ଏହି ଘଟଣାରେ ଭାରତକୁ ଆମେରିକା ସମର୍ଥନ କରୁଛି ।

Leave A Reply

Your email address will not be published.