Latest Odisha News

BREAKING NEWS

ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଶ୍ରୀଲଙ୍କା ପେସର ଗିରଫ

କଲମ୍ବୋ: ଶ୍ରୀଲଙ୍କାର ଯୁବ ପେସ ବୋଲର ଶେହାନ ମଧୁଶଙ୍କାଙ୍କୁ ସ୍ଥାନୀୟ ପୋଲିସ ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରିଛି । ୨୫ ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ୨ ସପ୍ତାହ ପାଇଁ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ନିକଟରୁ ୨ ଗ୍ରାମର ହେରୋଇନ ମିଳିଥିଲା ।

କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ଏହି ଅବସରରେ ଶେହାନ ଗାଡି ଚଳାଉଥିବାରୁ ପୋଲିସ ଅଟକାଇଥିଲା । ପରେ ଗାଡି ଯାଂଚ କରାଯିବାରୁ ହେରୋଇନ ମିଳିଥିଲା । ୨୦୧୮ରେ ବାଂଲାଦେଶ ବିପକ୍ଷ ପଦାର୍ପଣ ଦିନିକିଆ ମ୍ୟାଚରେ ସେ ହ୍ୟାଟ୍ରିକ ଉଇକେଟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.